ଦୁଇ ପ୍ରଧାନଶିକ୍ଷକଙ୍କ ଜୈନିକ କ୍ୟାନସର ପିଡୀତାଙ୍କୁ ସହାୟତା ପ୍ରଦାନ ।

 ଆଜି ଭରତପୁର ଗ୍ରାମ ପଞ୍ଚାୟତର  ହରିଡ଼ା ଦଣ୍ଡା ଗ୍ରାମର ଗଙ୍ଗାଧର ମଲ୍ଲିକଙ୍କ ବିଧବା ପତ୍ନୀଙ୍କ ଘରକୁ ଯାଇ ସାହାଯ୍ୟର ହାତ ବଢାଇଥିଲେ ଦୁଇ ହାଇସ୍କୁଲର ପ୍ରଧାନ ଶିକ୍ଷକ । ପ୍ରାପ୍ତ ସୂଚନାରୁ ଯାହା ଜଣାପଡିଛି ଯେ-ଉକ୍ତ କର୍କଟ ପୀଡିତା ମହିଳଙ୍କୁ ଦୁଇ ବିଶିଷ୍ଟ ସମାଜସେବୀ ତଥା ନିକିରାଇ ସରକାରୀ ନୋଡାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପାର୍ଥ ସାରଥୀ ବେହେରା ଏବଂ ମେହେନ୍ଦିପୁର ଲାଲବାହାଦୁର ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାସ ଉକ୍ତ ମହିଳାଙ୍କ ମାସିକ ଔଷଧ ଖର୍ଚ୍ଚ ବାବଦକୁ କିଛି ଆର୍ଥକ ସାହାର୍ଯ୍ୟ କରିଛନ୍ତି । ଶ୍ରୀଯୁକ୍ତ ବେହେରା ଉକ୍ତ ମହିଳାଙ୍କର ମେଡିକାଲ ଚିକିତ୍ସା ହୋଇଥିବା ଅତି ଦରକାରୀ କାଗଜ ପତ୍ରନେଇ ଜିଲ୍ଲାପାଳ ଅଫିସରୁ କିଛି ଆର୍ଥିକ ସାହାଯ୍ୟ କରାଇ ଦେବେ ବୋଲି ପ୍ରତିଶୃତି ମଧ୍ୟ ଦେଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଜିନତ ପ୍ରିୟଦର୍ଶିନୀ ରାଉତ ଏବଂ ବାଲିଆ ସରକାରୀ ହାଇସ୍କୁଲର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଶିବ ପ୍ରସାଦ ସାହୁ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here