ବିରୁପା ନଦୀପାଣିରେ ଭାସୁଥିବା ଏକ ବିରଳ ପଥର ଜୈନିକ ଯୁବକଙ୍କ ଦ୍ୱାରା ଉଦ୍ଧାର ।

କେନ୍ଦ୍ରାପଡା(ଇନ୍ଦୁପୁର)ତା-୧୬/୦୩/୨୧ :- କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ସନିକଟ ବିରୂପା ନଦୀ ପାଣିରେ ଭାସୁଥିବା ଏକ ପୌରାଣିକ ଯୁଗର ପଥରକୁ ସ୍ଥାନୀୟ ଗ୍ରାମର ସିଦ୍ଧାନ୍ତ ପାତ୍ର (୧୮)ନାମକ ଏକ ଯୁବକ ନଦୀ ପଠାରେ ସଉଚ ହେଉଥିବା ବେଳେ ପଥରଟି ପାଣିରେ ଭାସି ଭାସି ଯାଉଥିବା ବେଳେ ପାଣିରୁ ଛାଣି ଘରକୁ ନେଇ ଏକ ପାଣିଭର୍ତ୍ତି କୁଣ୍ଡରେ ପରାଇ ରଖିଥିଲେ । ଏକଥା ଧିରେ ଧିରେ ଚାରିଆଡେ ପ୍ରଘଟ ହୋଇଯିବା ପରେ ଉକ୍ତ ଯୁବକଙ୍କ ଘରକୁ ଉକ୍ତ ବିରଳ ପଥର ଖଣ୍ଡକୁ ଦେଖିବା ପାଇଁ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ ଲାଗିବାରୁ । ଯୁବକ ଜଣକ ଭୟଭିତ ହୋଇ କେନ୍ଦ୍ରାପଡା ହଳଦୀଢିୟ ଗ୍ରାମସ୍ଥିତ ତାଙ୍କ ଭଉଣୀ ଘରକୁ ଉକ୍ତ ପଥରଟି ପଠାଇ ଦେଇଥିଲେ । ଯାହା ଫଳରେ ଉକ୍ତ ପଥରଟିକୁ ଦେଖିବା ପାଇଁ ମଧ୍ୟ ହଳଦୀଢିୟ ଓ ଗରୁଆଳ ଗ୍ରାମରେ ବହୁ ଲୋକଙ୍କ ସମାଗମ ହୋଇଥିଲା । ଶେଷରେ ଉକ୍ତ ଗ୍ରାମଦେବତୀ ପ୍ରାଗଂଣରେ ଥିବା ଗଭୀର ପୋଖରୀ ଜଳରେ ମଧ୍ୟ ଲୋକମାନେ ଉକ୍ତ ପଥରକୁ ଭଷାଇ ଫୁଲ, ଚନ୍ଦନ, ଧୂପ, ଦୀପ ଶଂଖ, ହୁଳହୁଳି ଦେଇ ଦିନ ତମାମ ପୂଜା ଅର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲେ ବୋଲି ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ  ଓଡିଶା 1ଟିଭି   ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here