ଢୋଲ ଜମରାଠାରେ ସତୀର୍ଥର ଏକ ମାସିକ ମେଗା ସାହିତ୍ୟ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଆଜି ପୂର୍ବାହ୍ନ ୧୦ଘଟିକା

ସମୟରେ ସତୀର୍ଥ ଦ୍ୱାରା ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ଏକ ମାସିକ ବିଶେଷ ସାହିତ୍ୟ ଆଲୋଚନା ଚକ୍ର ବା କବିତା ପାଠୋତ୍ସବ ଅଧିବେଶନ କାର୍ଯ୍ୟକ୍ରମ ଢୋଲ ଗ୍ରାମ ପଞ୍ଚାୟତ ହାଇସ୍କୁଲ ସନ୍ନିକଟରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଶ୍ରୀଯୁକ୍ତ ସଂଜୀତ କୁମାର ପଟ୍ଟନାୟକ ଏବଂ ମୂଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ ତଥା ସାହିତ୍ୟିକ ଡ଼ଃ ଭାଗବତ ଶୁକ୍ଳ, ଆମ ଗାଁ ଆମ ସାହିତ୍ୟ ପରିଷଦର କବି ସଞୟ କୁମାର ମଲ୍ଲିକ, ସତୀର୍ଥର ସମ୍ପାଦକ ଡଃ ମନ୍ମଥନାଥ ବରାଳଙ୍କ ସମେତ ବିଶିଷ୍ଟ କବୟିତ୍ରୀ ଶ୍ରୀମତୀ ଚାରୁଲତା ଭୂୟାଁ ଯୋଗ ଦେଇ ସାଂପ୍ରତିକ ଓଡିଆ କବିତାରେ ସାମାଜିକ ପ୍ରତି ବଦ୍ଧତା ଶିର୍ଷକ

ଆଲୋଚନା ଚକ୍ରକୁ ଆଖିଆଗରେ ରଖି ଏବଂ କବିତାପାଠ ଉତ୍ସବରେ ଭାଗନେଇ ନିଜ ନିଜର ଅତି ଉଚ୍ଚ କୋଟିର କବିତା ପଠନ କରିଥିଲେ । କବିତା ଆସରରେ ନୀରୂପମା ଦାସ ଏବଂ ଆମ ଗାଁ ସାହିତ୍ୟ ପରିଷଦର ସହ ସମ୍ପାଦକ କବି ଅଶୋକ କୁମାର ସାହୁ ସ୍ୱରଚିତ କବିତା ପଠନ କରିଥିଲେ । ଏହି  ସାହିତ୍ୟ ଆସର ବା କାର୍ଯ୍ୟକ୍ରମ ପରିପେକ୍ଷୀରେ ଏକାଧାରାରେ ଓଡିଶାର ଜଣେ ସୁନାମ ଧନ୍ୟ ଓ ବହୁ ପ୍ରତିଭାର ଅଧିକାରିଣୀ ଏବଂ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଜଣେ ବିଶିଷ୍ଟ କବୟତ୍ରୀ  ଓ ମଞ୍ଚ ପରିଚାଳିକା ଭାବେ ସୁନାମ ଅର୍ଜନ କରିଥିବା ବା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବ୍ୟକ୍ତିତ୍ୱର ଅଧିକାରିଣୀ ଶ୍ରୀମତି ଚାରୁ-ଲତା ହଭୂୟାଁଙ୍କୁ ତାଙ୍କର ସାମଗ୍ରୀକ ସାରସ୍ଵତ ଓ ସାହିତ୍ୟ ସାଧନା ପାଇଁ ସତୀର୍ଥ ସମ୍ମାନରେ ତାଙ୍କୁ ମଞ୍ଚାସୀନ ଅତିଥିମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ମାନିତ ବା ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ଉକ୍ତ କବିତା ଆସରରେ ଉପସ୍ଥିତ  ସମସ୍ତ କବି ଓ କବୟିତ୍ରୀ ମାନେ ନିଜ ନିଜର କବିତା ଗୁଡିକୁ ସ୍ୱରଚିତ କବିତା ପାଠୋତ୍ସବ ମାଧ୍ୟମରେ ଆବୃର୍ତି କରିଥିଲେ । ଶେଷରେ ବ୍ୟଙ୍ଗ କବି ଅପର୍ତ୍ତି ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି  ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1Tv  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here