କେନ୍ଦ୍ରାପଡା ରଢିଆ କଂସାର ଗ୍ରାମର ମହିଳା ମାନଙ୍କୁ ଧନ୍ଦା ମୂଳକ ତାଲିମ ପ୍ରଦାନ ନିମନ୍ତେ ଏକ ଆଲୋଚନା ମୂଳକ ବୈଠକ ଅନୁଷ୍ଠିତ ।

ଆଜି କେନ୍ଦ୍ରାପଡା ମହାକାଳପଡା ବ୍ଲକ୍ ଅନ୍ତର୍ଗତ ବଡ ଦାଣ୍ଡୁଆ ଗ୍ରାମ ପଞ୍ଚାୟତର ରଢିଆ କଂସାର ଗ୍ରାମର ପ୍ରାୟ ୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ୪୦ରୁ ଅଧିକ ମହିଳା ସଦସ୍ୟା ଯଥା-ବିଦ୍ୟୁଲତା ପ୍ରଧାନ, ସୁଲଚନା ରାଉତ, ହାରାମଣୀ ସାହୁ, କଲ୍ୟାଣୀ ସାହୁ, ବେଙ୍ଗୁଲି ପ୍ରଧାନ, ଦୌପଦୀ ରାଉତ, ସବିତା ବିଶ୍ୱାଳ, ନୀରୂପମା ରାଉତ, ଭାନୁମତୀ ରାଉତ, ନୃର୍ପତୀ ସ୍ୱାଇଁ, ରଶ୍ମିତା ପ୍ରଧାନ, ଲିଜାରାଣୀ ପ୍ରଧାନ ଏବଂ ପୁରୁଷ ସଦସ୍ୟ ସୁମନ କୁମାର ରାଉତ ପ୍ରମୁଖଙ୍କ ସମେତ ଆହୁରି ଅନେକ ମହିଳା ମାନଙ୍କୁ ନେଇ ଫିନାଇଲ୍ ଧୂପ, ଦୀପ ଓ ଅଳତା ପ୍ରଭୃର୍ତି ସମ୍ପର୍କରେ କେନ୍ଦ୍ରାପଡା ସହରରୁ ଉକ୍ତ ଗ୍ରାମକୁ ଯାଇଥିବା ସାଥିରେ ଫାଉଣ୍ଡେସନ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟର ସଭାପତି ପ୍ରଫୁଲ୍ଲ କୁମାର ଦାସ ଏବଂ ସମ୍ପାଦକ ମାନ ସାହୁଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମର ସଦସ୍ୟା ମୁନୀ ବିବି, ସୋର୍ଣ୍ନଲତା ନାୟକ, ନାରୀନେତ୍ରୀ ଅନୀତା ମହାନ୍ତି ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱର୍ଣ୍ନଲତା ସ୍ୱାଇଁ ଓ ଦୀପ୍ତିରେଖା ବେହେରା ପ୍ରମୁଖ ସେଠାରେ ପହଞ୍ଚି ଉକ୍ତ ବୈଠକରେ ଯୋଗଦେଇ ଥିଲେ । ଉକ୍ତ ବୈଠକରେ ଯୋଗ ଦେଇଥିବା ସମସ୍ତ ମହିଳା ମାନଙ୍କୁ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ବା ତାଲିମ ପ୍ରଦାନ ବା ଫିନାଇଲ୍, ଧୂପକାଠୀ, ଗୋବରରେ କିପରି ଦୀପ ତିଆରି ସହିତ ଅଳତା କିପରି ଖୁବ କମ୍ ସମୟ ମଧ୍ୟରେ ଏବଂ ଅଳ୍ପ ଖର୍ଚ୍ଚରେ ତିଆରି କରାଯାଇ ପାରିବ ଏବଂ କଞ୍ଚାମାଲ୍ କେଉଁଠୁ ଆସିବ ଏବଂ ସେଗୁଡିକରେ କିଭଳି ଭାବରେ ବିଭିନ୍ନ ଘରକରଣା ବା ନିତ୍ୟ ବ୍ୟବହାର୍ଯ୍ୟ ଜନିଷ ତିଆରି କରାଯାଇ ଦୋକାନୀ ବା ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଇ ପାରିବ ଏବଂ ମହିଳାମାନେ ଘର କାମ ବ୍ୟତୀତ ପ୍ରତିଦିନ ନଷ୍ଟ କରୁଥିବା ସମୟର ସଦୁପ ଯୋଗ କିପରି କରିପାରିବେ । ସେମାନେ ଅନ୍ୟାନ୍ୟ ଅବସର ସମୟରେ କାମକରି ନିଜ ପରିବାରର ଭରଣ ପୋଷଣ ନିମନ୍ତେ କିଛି ପରିମାଣରେ ଆର୍ଥିକ ସହାୟତା କିପରି ପରିବାରକୁ ଯୋଗାଇ

ପାରିବେ ଏବଂ ନିଜକୁ ନିଜେ ଆତ୍ମ ନିର୍ଭରଶୀଳ ହୋଇ ସମାଜର ମୂଖ୍ୟ ସ୍ରୋତରେ ନିଜକୁ ସାମିଲ କରିବା ସହିତ ନିଜର ଏକ ସ୍ବତନ୍ତ୍ର ପରିଚୟ ନିଜେ ସୃଷ୍ଟି କରି ପାରିବେ ସେ ବିଷୟରେ ମୂଖ୍ୟତ ଉକ୍ତ ବୈଠକରେ ସମସ୍ତଙ୍କୁ ଆଲୋଚନା ଓ ପର୍ଯ୍ୟାଲୋଚନା ମାଧ୍ୟମରେ ବୁଝା ଯାଇଥିଲା ।|

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here