ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ରେ ଭିନ୍ନକ୍ଷମ ମାନଙ୍କୁ ଅଣଦେଖା :

ଡାବୁଗାଁ, ୧୪/୩ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ରେ ସରକାରଙ୍କ କୋଭିଡ କଟକଣା ର ଅବମାନନା କରାଯାଉଥିବା ଦେଖିବାକୁ ମିଳିଛି । ଏହା ଛଡା ସକାଳୁ ଆସିଥିବା ଭିନ୍ନକ୍ଷମ ମାନଙ୍କୁ ଅଣଦେଖା କରାଯାଉଛି । ଅନୁଷ୍ଠିତ ଅଭିଯାନରେ ପରିଚାଳନା କରୁଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ  ଉକ୍ତ  କାର୍ଯ୍ୟକ୍ରମ ବିଷୟରେ ପୂର୍ବରୁ କିଛି ସୂଚନା ଦେଇନଥିବା ସ୍ଥାନେ ସ୍ଥାନେ ଆଲୋଚନା ର ବିଷୟ ପାଲିଟି ଥିବାବେଳେ, ଅଧିକାଂଶ ଲୋକ ଆସିକି ନ ଖାଇ ଫେରିଯାଇଥିଲେ ଏବଂ ସଠିକ ରୂପେ ସୂଚନା ପାଇ ନଥିବାରୁ ବହୁ ଲୋକ ଆସି ପାରି ନ ଥିଲେ । ଡାକ ବାଜି ଯନ୍ତ୍ର ସାହାଯ୍ୟରେ ବ୍ଲକ ସଦର ମହକୁମା ରେ ଗୋଟିଏ ଦିନ ପ୍ରଚାର କରାଯାଇଥିଲା । ନିଜେ ବ୍ଲକ ର ର ଅଧିକାରୀ ମାନେ ମାସ୍କ ନ ପିନ୍ଧି ଅଭିଯାନ ରେ ଆସିଥିବା ଭିନ୍ନକ୍ଷମ ଲୋକଙ୍କ ସହ  ମିଳାମିଶା କରୁଥିବା ଦେଖିବାକୁ ମିଳିଥିଲା । ଦୁଃଖର ବିଷୟ ଅଭିଯାନରେ ଆସିଥିବା କିଛି ଭିନ୍ନକ୍ଷମ ଲୋକଙ୍କୁ ବସିବା ପାଇଁ ମଧ୍ୟ ସ୍ଥାନ ଦିଆଯାଇନଥିଲା । ଯେଉଁଠିକି ବ୍ଲକ ର କାର୍ଯ୍ୟକର୍ତ୍ତା ମାନେ ବହୁତ ଆରାମରେ ବସି ଗପସପ କରୁଥିବା, ଫୋନରେ ବ୍ୟସ୍ତ ରହିବା ଦେଖିବାକୁ ମିଳିଥିଲା । ଯେଉଁଠି ଏକ ସାଧାରଣ ଲୋକଙ୍କୁ ବିନା ମାସ୍କ ପାଇଁ ଦଣ୍ଡ ବିଧାନ ର ନିୟମ  କରାଯାଉଛି, ସେଇଠି ବ୍ଳକ କାର୍ଯ୍ୟାଳୟର କର୍ମକର୍ତ୍ତା ଙ୍କ ଏପରି ବିନା ମାସ୍କ ଓ ବିନା ସାମାଜିକ ଦୂରତା ପାଳନ କରି ଅଭିଯାନ କରିବା କଣ ଦଣ୍ଡନୀୟ ଅପରାଧ ନୁହେଁ ବୋଲି ଜନସଧାରଣ ପ୍ରଶ୍ନ କରିଛନ୍ତି । ଖାଲି ବ୍ୟାନର ଲାଗିଥିଲା ସାମାଜିକ ଦୂରତା ପାଇଁ – କିନ୍ତୁ ନା ସାବୁନ, ନା ସେନିଟାଇଜର ର ବ୍ୟବସ୍ଥା ମଧ୍ୟ କରାଯାଇନଥିଲା । ଖାଲି କାଗଜ ପାତ୍ର ରେ ସବୁ ଠିକ ଚାଲିଛି ବୋଲି ଦର୍ଶାଇ ସରକାରଙ୍କ ପଇସା ବର୍ବାଦ କରାଯାଉଛି ।ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଆଜିର କାର୍ଯ୍ୟକ୍ରମ – “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” । ଏଭଳି କାର୍ଯ୍ୟ କ୍ରମ ରେ ଜିଲ୍ଲାପାଳ, ଡାବୁଗାଁ ବିଧାୟକ ନିମନ୍ତ୍ରିତ ହୋଇଥିଲେ ହେଁ ଡାବୁଗାଁ ର ସାମ୍ବାଦିକ ମାନଙ୍କୁ ସୂଚନା ଦିଆ ନ ଯିବା ନେଇ ଏହା ଭିତରେ କି ରହସ୍ୟ ରହି ଥିଲା, ତାହା ଜନସାଧାରଣରେ  ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଜନସାଧାରଣ  ବ୍ଲକ ର ଏପରି କାର୍ଯ୍ୟକୁ  ଦୃଢ଼ ନିନ୍ଦା କରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଏପରି  ଭୁଲ ନ ହେବା ପାଇଁ ତାଗିଦ କରିବାକୁ ଜନସାଧାରଣ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି ଜଣାଇଛନ୍ତି । ବିଶେଷ ଦ୍ରଷ୍ଟବ୍ୟ -ଡାବୁଗାଁ ପଞ୍ଚାୟତର ଉମୁରାହାଣ୍ଡି ଗ୍ରାମର ଜଣେ ଭିନ୍ନକ୍ଷମ ମହିଳା ଙ୍କ ସ୍ୱାମୀ ୫ ମାସ ହେବ ମୃତ୍ୟୁ ବରଣ କରି ଥିଲେ ହେଁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ଏ ପର୍ଯ୍ୟନ୍ତ ପାଇନାହାନ୍ତି, କେବଳ ଭତ୍ତା ବୋଲି ୫୦୦ ଟଙ୍କା ଓ ୫ କେଜି ଚାଉଳ ପ୍ରତି ମାସରେ ପାଉଛନ୍ତି । ଚାଲି ପାରୁ ନ ଥିବାରୁ ଏକ ଦୁଇ ଚକିଆ ଠେଲା ଗାଡି ପ୍ରଶାସନ ସହାୟତାରେ ପାଇଛନ୍ତି, ଆଉ କୌଣସି ସୁବିଧା ପାଇନାହାନ୍ତି, ହେଲେ ଠେଲି ଠେଲି ଭିନ୍ନକ୍ଷମଙ୍କ ଭିଣୋଇ ଡାବୁଗାଁ ସହରକୁ ଦୈନିକ ଆଣନ୍ତି ଓ ଯାହା ଭିକ୍ଷା ବୃତ୍ତି ରୁ ମିଳେ ମାସିକ ବଡ଼ କଷ୍ଟରେ ଚଳନ୍ତି । ଉକ୍ତ ଭିନ୍ନ କ୍ଷମ ମହିଳା ବାରମ୍ବାର ପଂଚାୟତ, ବ୍ଲକ କାର୍ଯ୍ୟାଳୟ କୁ ଆସିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନ ଥିବା କୋହଭରା କଣ୍ଠରେ ପ୍ରକାଶ କରିଛି । ଆଜି ମଧ୍ୟ ଉକ୍ତ  ଭିନ୍ନକ୍ଷମ  ମହିଳାଙ୍କୁ ଭିନ୍ନ କ୍ଷମ ସାମର୍ଥ୍ୟ ଅଭିଯାନ ରେ ସାମିଲ ହେବାକୁ ଖବର ଦିଆଯାଇ ନ ଥିଲା ମନ ଦୁଃଖରେ ଘରକୁ ଫେରିଥିଲା । ବ୍ଲକ ପ୍ରଶାସନ  ଅଧିକାରୀ ମାନେ ଉକ୍ତ ଭିନ୍ନ କ୍ଷମ ମହିଳା କୁ ଆମେ ଖବର ଦେଲେ ଆସିବୁ, ତୁ ଆସ ନାହିଁ ବୋଲି କହିଥିବା  କଥା ସୂଚନା ଦେଇଛି । ଏହି ଭିନ୍ନ କ୍ଷମ ମହିଳା ଙ୍କୁ କେବେ ସରକାରୀ ସହୟତା ମିଳିବ, ଦେଖିବାକୁ ବାକି ରହିଲା।                                                   

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here