ବଡଦାଣ୍ତ ସେବା ଅନୁଷ୍ଠିତ :

ପୁରୀ- ତା. ୧୩.୦୩.୨୦୨୧- ବଡଦାଣ୍ତ ସେବା ଆଜି ଅନୁଷ୍ଠିତ ହୋଇଛି । ପୁରୀ ସହର ଓ ପବିତ୍ର ବଡଦାଣ୍ତକୁ ସଫା ରଖିବା ପାଇଁ  ସ୍ବେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ସହ ସ୍ବଚ୍ଛ ଓ ପବିତ୍ର ପୁରୀ ଗଠନ ପାଇଁ ଏଥିରେ ସହଯୋଗ କରିବାକୁ ପାଇଁ ପୁରୀବାସୀ ଓ ପର୍ଯ୍ୟଟକ ମାନଙ୍କୁ ଆହ୍ବାନ ଦିଆଯାଇଛି ।  ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଶନିବାର ସକାଳ ସାଢେ ୬ରୁ ସାଢେ ୮ ପର୍ଯ୍ୟନ୍ତ ଜାରି ରହିବ ।  ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମର୍ଚ୍ଚିକୋଟ, ମର୍ଚ୍ଚିକୋଟରୁ ମାର୍କେଟ ଛକ, ମାର୍କେଟ ଛକରୁ ଡାକ୍ତରଖାନା ଛକ,ଡାକ୍ତରଖାନା ଛକରୁ ବଡଶଙ୍ଖ ଏବଂ  ବଡଶଙ୍ଖରୁ ଗୁଣ୍ତିଚା ମନ୍ଦିର ପର୍ଯ୍ୟନ୍ତ ଉକ୍ତ ପାଞ୍ଚଟି ସ୍ଥାନରେ ସଫେଇ ଅଭିଯାନ ସହ ଏହି ସେବା ଆରମ୍ଭ ହୋଇଛି । ଉକ୍ତ ପାଞ୍ଚଟି ସ୍ଥାନରେ ସଫେଇ ସହ ଓଡିଶି, ଗୋଟିପୁଅ ଓ ଭଜନ ନୃତ୍ୟଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି । ଏକ କିଲୋଗ୍ରାମରୁ ଅଧିକ ଓଜନର ପ୍ଲାଷ୍ଟିକ ଦେଉଥିବା ବ୍ୟକ୍ତିଙ୍କୁ ଗୋଟିଏ ଟି- ସାର୍ଟ ହୋଟେଲ ଆସୋସିଏସନ୍ ଏବଂ ପୌରସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଛି ।  ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ହୋଟେଲ, ବସ, ଟ୍ରକ, ଅଟୋ, ବାଣିଜ୍ୟିକ ସଂଘ, ଜାତୀୟ ସମର ଶିକ୍ଷାର୍ଥୀ, ଜାତୀୟ ସେବା ସଂସ୍ଥା ସ୍ବେଚ୍ଛାସେବୀ, ଛାତ୍ରଛାତ୍ରୀ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ସାମିଲ ହୋଇ ସହଯୋଗ କରିଥିଲେ । ମୁକ୍ତାକାଶ ରଙ୍ଗମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବକ୍ତୃତା, ଝୋଟି ଓ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ମୁକ୍ତାକାଶ ରଙ୍ଗମଞ୍ଚରେ ବିଦ୍ୟାଳୟ ଓ ଗଣଶିକ୍ଷା  ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ,ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର, ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଥିଲେ । ଆବର୍ଜନାରୁ ସୁନ୍ଦର କଳାକୃତି ତିଆରି କରି ନିଜ ପ୍ରତିଭାର ପରିଚୟ ଦେଇଥିବା ଶିଳ୍ପୀ ଗୀତା ମଞ୍ଜରୀ ସାସମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମ୍ୟାନହୋଲ ସଫା ପାଇଁ  “ବ୍ୟାଣ୍ତିକଟ” ମେସିନ ଶୁଭାରମ୍ଭ କରାଯାଇଛି । ଏହାଦ୍ବାରା ସଫେଇ କର୍ମଚାରୀ ବଦଳରେ ମେସିନ ମାଧ୍ୟମରେ ମ୍ୟାନହୋଲ ସଫେଇ କରାଯାଇପାରିବ । ଏଥିସହ ସହରରେ ଜଳ ମାନ ପରୀକ୍ଷା କରିବା ନିମନ୍ତେ ଏକ ଭ୍ରାମ୍ୟମାଣ ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହାଦ୍ବାରା ସହରବାସୀ ନିଜ ଘରେ ଥିବା ପିଇବା ପାଣି ମାନ ଯାଞ୍ଚ କରିପାରିବେ ।

 ଶ୍ରୀ ଶ୍ୟାମପ୍ରକାଶ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here