କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ମଣିମନ୍ଦିର ଠାରେ ମହା ଶିବରାତ୍ରି ଜାଗର ପାଳିତ ।

ହିନ୍ଦୁ ଧର୍ମ ଗ୍ରନ୍ଥ ଓ ପୁରାଣ,ଶାସ୍ତ୍ର ଅନୁସାରେ ଆଜି ହେଉଛି ମହାନ ବା ପବିତ୍ର ଶିବରାତ୍ରୀ ବା ଜାଗର ଯାତ୍ରା । ସମଗ୍ର ଭାରତ ବର୍ଷରେ ବିଭିନ୍ନ କୋଣ ଅନୁକୋଣ ଠାରୁ ଆରମ୍ଭ କରି ଗାଁ, ଗଣ୍ଡା ପୁର, ପଲ୍ଲୀ ପର୍ଯ୍ୟନ୍ତ ସମସ୍ତ ଶୈବପୀଠ ମାନଙ୍କରେ ଆଜି ଭଳି ପବିତ୍ର ଦିନରେ ବହୁ ଜାକ ଜମକ ସହକାରେ ପ୍ରଭୁ ଶିବ ବା ଭୋଳା ଶଂଙ୍କରଙ୍କୁ ଭକ୍ତିପୂର୍ଣ୍ନ ସହକାରେ ଭକ୍ତମାନେ ଜେଝା ମାନସୀକ ପୂରଣ ନିମନ୍ତେ ପୂଜାର୍ଚ୍ଚନା କରିଥାନ୍ତି । ବିଶେଷ କରି ଓଡିଶାର ବିଭିନ୍ନ ଶିବ ମନ୍ଦିର ମାନଙ୍କରେ କୋଭିଡ୍ -19 ବା କରୋନା ମହାମାରୀର ନୀୟମକୁ କଡାକଡି ଭାବେ ପାଳନ ପୂର୍ବକ ଏବଂ କରୋନା ଭଳି ଏକ ଦୂରା ରୋଗକୁ ଆଖିଆଗରେ ରଖି ବହୁ ପୁରାତନ ଏବଂ ବଡ ବଡ ମନ୍ଦିର ମାନଙ୍କରେ ୧୪୪ ଧାରା ଜାରୀ କରାଯାଇଥିଲେ ମଧ୍ୟ ରାଜ୍ୟର ବହୁ ସ୍ଥାନରେ ସାମାଜିକ ଦୂରତା ମାନି ମାକ୍ସ୍ ସାନିଟାଇଜର ବ୍ୟବହାର ପୂର୍ବକ ଶୈବପୀଠ ଗୁଡିକରେ ସୋଳ୍ପ ଭକ୍ତମାନଙ୍କ ଗ୍ରହଣରେ ମନ୍ଦିର ବା ଦେବାଳୟ ମାନଙ୍କରେ ପୂର୍ବ ବିଧିବିଧାନ ଓ ରିତୀନୀତି ଅନୁଯାୟୀ ନନାଙ୍କ ବେଦ ମନ୍ତ୍ର ପାଠରେ ପୂଜାର୍ଚ୍ଚନା କରାଯାଇ ଥାଏ । ସେହିପରି କେନ୍ଦ୍ରାପଡା ଜିଲ୍ଲା ପୌରସଂସ୍ଥା ଅନ୍ତର୍ଗତ ନସଡିପୁର ଗ୍ରାମର ୬-ନଂମ୍ବର ୱାର୍ଡ଼ରେ ଥିବା ଶିବ ବା ମଣିମନ୍ଦିର ଠାରେ ମଧ୍ୟ ପବିତ୍ର ଜାଗର ପାଇଁ ବହୁ ଭକ୍ତମାନଙ୍କ ସମାଗମରେ ପ୍ରଭୁ ଶିବଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା।  ଦିନ ତମାମ ମନ୍ଦିର ରେ ଭକ୍ତ ମାନଙ୍କ ଗହଳି, ଚହଳି ଲାଗିରହିବା ସହିତ ଶଂଖ ହୁଳ ହୁଳି ଓ ଘଣ୍ଟ ଘଣ୍ଟା ଶବ୍ଦରେ ଦେବ ଦେବ ମହାଦେବଙ୍କ ପୂଜା କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ ସିଧା ସଳଖ ଟିକେ ନଜର ପକାଇ ନେବା କେମିତି ରହିଥିଲା ଉକ୍ତ ମଣି ମନ୍ଦିରର ପୂଜା ଅର୍ଚ୍ଚନାର ଦୃଶ୍ୟାବଳୀ ।

-କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ  ଓଡିଶା 1ଟିଭି   ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here