କେନ୍ଦ୍ରାପଡା ମହାକାଳପଡା କଣ୍ଟାବଣ ବାଲିଆ ଆଖଣ୍ଡଳମଣି ମନ୍ଦିରରେ ମହା ପ୍ରଭୁ ଶିବଙ୍କ ଜାଗର ଯାତ୍ରା ପାଳନ ।

ହିନ୍ଦୁ ଧର୍ମ ଗ୍ରନ୍ଥ ଓ ପୁରାଣ,ଶାସ୍ତ୍ର ଅନୁସାରେ ଆଜି ହେଉଛି ମହାନ ବା ପବିତ୍ର ଶିବରାତ୍ରୀ ବା ଜାଗର ଯାତ୍ରା । ସମଗ୍ର ଭାରତ ବର୍ଷରେ ବିଭିନ୍ନ କୋଣ ଅନୁକୋଣ ଠାରୁ ଆରମ୍ଭ କରି ଗାଁ, ଗଣ୍ଡା ପୁର, ପଲ୍ଲୀ ଓ ସହର ବଜାର ପର୍ଯ୍ୟନ୍ତ ଆବାଳ ବୃଦ୍ଧ ବନୀତାଙ୍କ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତେ ବିଭିନ୍ନ ଶୈବପୀଠ ମାନଙ୍କରେ ବହୁ ଜାକ ଜମକରେ ପାଳନ ହୋଇଥାଏ ଏହି ମହା ଶିବରାତ୍ରି ବା ଜାଗର ଯାତ୍ରା । ପ୍ରଭୁ ଶିବ ବା ଭୋଳା ଶଂଙ୍କରଙ୍କୁ ଭକ୍ତିପୂର୍ଣ୍ନ ସହକାରେ ଭକ୍ତମାନେ ଜେ ଯାହା ମାନସୀକ ପୂରଣ ନିମନ୍ତେ ଡାକନ୍ତି ବା ପୂଜାର୍ଚ୍ଚନା କରିଥାନ୍ତି ତାହା କୁଆଡେ ପ୍ରଭୁ ଶିବଙ୍କର ନିଶ୍ଚିନ୍ତ ରୂପେ ଭକ୍ତଙ୍କ ମାନସିକ ପୂରଣ କରିଥାନ୍ତି । ବିଶେଷ କରି ଓଡିଶାର ବିଭିନ୍ନ ଶିବ ମନ୍ଦିର ମାନଙ୍କରେ ସରକାରୀ କୋଭିଡ୍ -19 ବା କରୋନା ମହାମାରୀର ନୀୟମକୁ କଡାକଡି ଭାବେ ପାଳନ ପୂର୍ବକ ଏବଂ କରୋନା ଭଳି ଏକ ଦୂରା ରୋଗକୁ ଆଖିଆଗରେ ରଖି ବହୁ ପୁରାତନ ଏବଂ ବଡ ବଡ ମନ୍ଦିର ମାନଙ୍କରେ ୧୪୪ ଧାରା ଜାରୀ କରାଯାଇଥିଲେ ମଧ୍ୟ ରାଜ୍ୟର ବହୁ ସ୍ଥାନରେ ସାମାଜିକ ଦୂରତା ମାନି ମାକ୍ସ୍, ସାନିଟାଇଜର ବ୍ୟବହାର ପୂର୍ବକ ଶୈବପୀଠ ଗୁଡିକରେ ସୋଳ୍ପ ଭକ୍ତମାନଙ୍କ ଗ୍ରହଣରେ ମନ୍ଦିର ବା ଦେବାଳୟ ମାନଙ୍କରେ ପୂର୍ବ ବିଧିବିଧାନ ଓ ରିତୀନୀତି ଅନୁଯାୟୀ ନନାଙ୍କ ବେଦ ମନ୍ତ୍ର ପାଠରେ ପୂଜାର୍ଚ୍ଚନା କରାଯାଇ ଥାଏ । ସେହିପରି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟାବଣ ବାଲିଆ ଗ୍ରାମରେଥିବା ପ୍ରସିଦ୍ଧ ଶିବ ମନ୍ଦିର ବା ଆଖଣ୍ଡଳମଣି ମନ୍ଦିର ଠାରେ ମଧ୍ୟ ପବିତ୍ର ଜାଗର ଯାତ୍ରାକୁ ଯଥା ରିତୀ ପୂର୍ବକ ମୂଖ୍ୟତଃ ଯୁଧିଷ୍ଠିର ସ୍ୱାଇଁ ଓ ସବୀତା ସ୍ୱାଇଁଙ୍କ ନେତୃତ୍ୱରେ ଏବଂ ସୁଜାତା ସ୍ୱାଇଁ, ସ୍ୱର୍ଣ୍ଣଲତା ନାୟକ, ବିଭୁକଲ୍ୟାଣ ପାତ୍ର, ଅମେରେଶ ସ୍ୱାଇଁ, ପତିତପାବନ ପାଣି ଓ ପ୍ରହ୍ଲାଦ ପାଣିଙ୍କ ସମସ୍ତ ସାହାଯ୍ୟ ସହଯୋଗ କ୍ରମେ ସ୍ୱଳ୍ପ ଭକ୍ତମାନଙ୍କ ଗ୍ରହଣରେ  ପ୍ରଭୁ ଶିବ ବା ଭୋଳା ଶଂକରଙ୍କୁ  ପୂଜା ଅର୍ଚ୍ଚନା କରାଯାଇଥିଲା । ଦିନ ତମାମ ମନ୍ଦିରରେ ଭକ୍ତ ମାନଙ୍କ ଗହଳି, ଚହଳି ଲାଗିରହିବା ସହିତ ଶଂଖ ହୁଳ ହୁଳି ଓ ଘଣ୍ଟ ଘଣ୍ଟା ଶବ୍ଦରେ ଦେବ ଦେବ ମହାଦେବଙ୍କ ପୂଜା କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ ସିଧା ସଳଖ ଟିକେ ନଜର ପକାଇ ନେବା କେମିତି ରହିଥିଲା ଉକ୍ତ ଆଖଣ୍ଡଳମଣି ମନ୍ଦିରର ପୂଜା ଅର୍ଚ୍ଚନା ଶୈଳିର ଦୃଶ୍ୟାବଳୀ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here