ହରିଣଙ୍କୁ ଗାଁ ଲୋକେ ଧରି ଜିମା ଦେଲେ ବନ ବିଭାଗକୁ ।

କେନ୍ଦ୍ରାପଡ଼ା :- କେନ୍ଦ୍ରାପଡା ଜିଲ୍ଳା ସଦର ଥାନା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ଗଙ୍ଗରାମପୁର  ଗ୍ରାମ ପଞ୍ଚାୟତର ଭେଡିସାହି କଇଁକୂଳା ଗ୍ରାମର ଗୋବରୀ ନଦୀ କୂଳରୁ ଏକ ଛୋଟ ହରିଣକୁ ଗାଁ ଲୋକେ ଉଦ୍ଧାର କରି ରାଜନଗର ଉପଖଣ୍ଡ ବନ ବିଭାଗକୁ ଜିମା ଦେଇଥିବା ପ୍ରାଥମିକ ସୂଚନାରୁ ଖବର ମିଳିଛି  । ସୂଚନା ମୁତାବକ ଗତ ଦୁଇଦିନ ଧରି ଗୋବରୀ ନଦୀ କୁଳିଆ କଇଁକୁଳା ଗାଁ ଭେଡିସାହି ନିକଟରେ ଏକ ହରିଣ ଛୁଆଟି ଚରାବୁଲା କରୁଥିବା ଗାଁ ଲୋକଙ୍କ ନଜିରକୁ ଆସିଥିଲା ! ଗାଁ ଲୋକେ ଉକ୍ତ ହରିଣଟିକୁ ଧରିବାକୁ ଗୋଡ଼ଉଥିବା ବେଳେ ଭୟରେ ହରିଣଟି ଦଳ ଭର୍ତ୍ତି ଗୋବରୀ ନଦୀକୁ ଡେଇଁ ପଡିଥିଲା । ଯାହା ଫଳରେ ଲୋକମାନେ ଏକ ଡଙ୍ଗା ସହାୟତାରେ ଯାଇ ଦଳଭର୍ତ୍ତି ନଦୀରୁ ହରିଣ ଟିକୁ ଉଦ୍ଧାର କରିଥିଲେ ! ଭିତର କନିକା ପ୍ରାଣୀ ଉଦ୍ୟାନର ବନ ବିଭାଗକୁ ଜଣାଯିବା ପରେ ଉକ୍ତ କଇଁକୂଳା ଗ୍ରାମଟି ମହାକାଳପଡ଼ା ବନଖଣ୍ଡ ଅଧୀନରେ ଥିବାରୁ ବନ ବିଭାଗ କର୍ମଚାରୀ ମାନେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ହରିଣଟିକୁ ସୁସ୍ଥ ଅବସ୍ଥାରେ ମହାକାଳପଡ଼ା ବନ ବିଭାଗକୁ ଜିମା ଦେଇଛନ୍ତି ! ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେବାରୁ ବା ଭିତର କନିକା ପ୍ରାଣୀ ଉଦ୍ୟାନର ସୁରକ୍ଷା, ଖାଦ୍ୟପେୟର ଅବହେଳାରୁ ହରିଣମାନେ ପ୍ରାଣୀ ଉଦ୍ୟାନ ଛାଡି ଗାଁ ମୁହାଁ ହେଉଥିବା ବୁଦ୍ଧିଜିବୀ ମହଲରେ ମୂଖ୍ୟତଃ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ   Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here