ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ:

ଡାବୁଗାଁ, ୧୦/୩ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ ଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ର ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି |  ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପଶୁପାଳନ, ମତ୍ସ୍ୟ, ଉଦ୍ୟାନ,  ସମନ୍ଵିତ ଶିଶୁ ବିକାଶ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା ଓ ପେନସନ ଏବଂ ଉନ୍ନୟନ  ମୂଳକ କାର୍ଯ୍ୟ ଗୁଡିକ ଉପରେ ଆଲୋଚନା ହୋଇଥିଲା | ପ୍ରଥମେ ଭାରପ୍ରାପ୍ତ ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ॰ଡି॰ ପ୍ରସାଦ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ | କୃଷି ବିଭାଗ ଅଧିକାରୀ ଚଳିତ ବର୍ଷ ସରକାରଙ୍କ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଓଡିଓପି ଯୋଜନା, କୃଷକ ପରିଚୟ ପତ୍ର ସମ୍ପର୍କରେ କହିଥିଲେ | ଏଥିରେ ସିଡିପିଓ କହିଥିଲେ ଯେ ବ୍ଲକ ର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ପରିଚାଳନା, ଡାବୁଗାଁ ବ୍ଲକ ମମତା ଯୋଜନାରେ ଜିଲାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ନେଇ ସୂଚନା ଦେଇଥିଲେ | ବ୍ଲକ ଉପଧ୍ୟକ୍ଷା ସୁଷମା ବିଶୋୟୀ ବଡଓଲମା ଅଙ୍ଗନୱାଡି କେନ୍ଦ୍ରରେ କରୋନା ଆରମ୍ଭରୁ ହିତାଧିକାରୀଙ୍କୁ ଅଣ୍ଡା ମିଳିନଥିବା ଅଭିଯୋଗ କରିଥିଲେ | ଏନେଇ ସିଡିପିଓ ତଦନ୍ତ କରି କାର୍ଯ୍ୟ|ନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ |  ବ୍ଲକ ର ବିଭିନ୍ନ ଗ୍ରାମରେ ନଳକୂପ ଗୁଡିକ ଅଚଳ ହୋଇଥିବା ଅଭିଯୋଗ ହୋଇଥିଲା | ଏହାର ଶୀଘ୍ର ସମାଧାନ ପାଇଁ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା | ଏଥିରେ ଘୋଡାଖୁଣ୍ଟା ସରପଞ୍ଚ ଧନସିଂ ତନ୍ତୀ ଅଭିଯୋଗ କରିଥିଲେ ଯେ ମାଝୀଗୁଡା ବିଦ୍ୟାଳୟରେ ଶିକ୍ଷକ ଆସୁ ନାହାଁନ୍ତି ଓ ଚଳିତ ବର୍ଷ ପିଲା ମାନଙ୍କୁ ପୋଷାକ ଦିଆଯାଇନାହିଁ | ଏହାର ତଦନ୍ତ ପାଇଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହେଶ ଚନ୍ଦ୍ର ଶାହା ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା | ଉକ୍ତ ବୈଠକରେ ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଅନୁପସ୍ଥିତ ଥିବାରୁ ଜିଲାପରିଷଦ ଉପାଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷ କ୍ଷୋଭ ପ୍ରକାଶ କରିଥଲେ | ତାଙ୍କୁ କୈଫତ ତଲବ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା | ସ୍ୱାସ୍ଥ୍ୟ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଅବକାରୀ ବିଭାଗ ଓ ପୋଲିସ ବିଭାଗ ର କୌଣସି ଅଧିକାରୀ ଉପସ୍ଥିତ ନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା | ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା | ଏହି ବୈଠକରେ ଜିଲାପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି, ବିଡିଓ ରଞ୍ଜିତା ମେରୀ ନାୟକ, ତହସିଲଦାର ସନ୍ଧ୍ୟା ସମରଥ, ଜିଲାପରିଷଦ ସଭ୍ୟା ମାଳତୀ ମାଝୀ, ସାଂସଦ ପ୍ରତିନିଧି ଏମ୍॰ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ॰ ବୁଲୁ ରାଓ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, ସିଡିପିଓ ଯମୁନା ଭତ୍ରା, ପ୍ରାଣୀ ଚିକିତ୍ସକ ଡା ସାରସ୍ଵତ ସାହୁ, ସହକାରୀ କୃଷି ଅଧିକାରୀ ଦୂର୍ଯ୍ୟଧନ ଜାନୀ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ୟାମସୁନ୍ଦର ବେସ୍ରା,  ବନପାଳ ଲକ୍ଷ୍ମୀକାନ୍ତ ସାହୁ, ସହକାରୀ ଉଦ୍ୟାନ ଅଧିକାରୀ ମୋନାଲିସା ମନ୍ତ୍ରୀ, ଯୋଗାଣ ନିରିକ୍ଷକ  ପ୍ରିୟରଞ୍ଜନ ନାୟକ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ କର୍ମଜୀତ ଦାଶ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ, ସୁବାସ ଚନ୍ଦ୍ର ଖାଡଙ୍ଗା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଗ୍ରାମ ପଟ୍ଟନାୟକ ପରିଚାଳନା କରିଥିଲେ | 

          

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା,

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here