ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିପାଳଠାରେ “ମା” ମଙ୍ଗଳା ଓ ଆଲିଆ SHG ଗୃପର ପ୍ରଶିକ୍ଷଣ କାର୍ଯ୍ୟର ଶୁଭାରମ୍ଭ ।

ଗତକାଲି ଆନ୍ତର୍ଜାତୀୟ ମହିଳା ଦିବସ ପାଳିନ ଅବସରରେ କେନ୍ଦ୍ରାପଡ଼ା ପୌରସଂସ୍ଥା ଅନ୍ତର୍ଗତ ମହିପାଳଠାରେ “ମା” ମଙ୍ଗଳା ଓ ଆଲିଆ ସ୍ୱୟଂ ସହାୟକ ଗୋଷ୍ଠୀର ମିଳିତ ଆନୁକୂଲ୍ୟରେ ଧୂପ, ଦୀପ, ଅଳତା, ଉଜାଲା ଓ ଫିନାଇଲ ସହିତ ବିଭିନ୍ନ ପ୍ରଶିକ୍ଷଣ ବା ଧନ୍ଦାମୂଳକ କାର୍ଯ୍ୟର ତାଲିମ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । କିପରି ଭାବରେ ଏହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନଜକୁ ନିଜେ କର୍ମଠ ବା ଆତ୍ମ ନିର୍ଭରଶୀଳ ହୋଇପାରିବେ ଏବଂ ନିଜେ ବଞ୍ଚିବା ନିମନ୍ତେ ସେମାନଙ୍କ ମଧ୍ୟରେ ଆଶା ଏବଂ ଆଲୋକର ଭାବାବେଗ ଜାଗ୍ରତ ହେବ ସେ ବିଷୟରେ ପ୍ରଶିକ୍ଷକ ମାନେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେଠାରେ ଉପସ୍ଥିତ ସମସ୍ତ ସଦସ୍ୟା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଶ୍ରୀ ରାଉତ ଏବଂ ମୁନି ବିବିଙ୍କ ସମେତ ସୌଦାମିନୀ ଜେନା, ବନ୍ଦିତା ରାଉତ, ରଶ୍ମୀରେଖା ପରିଡା ପରିଚାଳନା କରିଥିଲା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଣା ସିଂ, ଜୋସ୍ନା ମହାନ୍ତି, ସବୀତା ପଣ୍ଡା, ମମତା ଭୂୟାଁ, ମମତା ସାହୁ, ପ୍ରଦୀପ କୁମାର ଦାସ, ନିଲୁ ପରବୀନ, ମେହେରୁନ୍ ବିବି, ଭରତ ଜାହାର ପ୍ରମୁଖ ବହୁ କର୍ମକର୍ତ୍ତା ବା ସଦସ୍ୟ ଓ ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମରେ ଭାଗନେଇ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here