ରଜନଗରର ମା” ମାଟିଆ ମଙ୍ଗଳା ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ।

ଆଜି ସମଗ୍ର ଭାରତ ବର୍ଷର ବିଭିନ୍ନ ରାଜ୍ୟର କୋଣ ଅନୁକୋଣରେ ଆନ୍ତର୍ଜାତୀୟ ମହିଳା ଦିବସ କରୋନା ମହାମାରୀକୁ ଆଖିଆଗରେ ରଖି ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ୍ ନୀୟମ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷାକରି ମାକ୍ସ୍,ସାନିଟାଇଜର ବ୍ୟବହାର କରି ସୋଳ୍ପାଲୋକରେ ଉକ୍ତ ଦିବସକୁ ପାଳନ କରାଯାଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଳକ ଅନ୍ତର୍ଗତ “ମା” ମାଟିଆ ମଙ୍ଗଳା ପ୍ରାଙ୍ଗଣ ପରିସରରେ ରାଜନଗର ଗ୍ରାମାଞ୍ଚଳ କୃର୍ଷକ ମହିଳା ମହାସଂଘ ପକ୍ଷରୁ ବିଶ୍ୱ ମହିଳା ଦିବସକୁ ପାଳନ କରାଯାଇଥିବା ଦିଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ମହିଳା ମହା ସଂଘର ସଭାନେତ୍ରୀ ଶଶିକଳା ବେହେରାଙ୍କ ସଭାପତିତ୍ବରେ ଏବଂ ସମ୍ପାଦକ ମଞୁଲତା ଧଳଙ୍କ ନେତୃତ୍ୱରେ ସମ୍ପାଦନ କରାଯାଇଥିବା ବେଳେ ରାଜନଗର ବିଜେଡି ସଭାନେତ୍ରୀ ରଶ୍ମିରେଖା ସ୍ୱାଇଁଙ୍କ ସମେତ ରାଜନଗର ବ୍ଳକର ପ୍ରାୟ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ମହା ସଂଘର ସଦସ୍ୟାମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ବା ଅଭି ଭାଷଣ ମାଧ୍ୟମରେ କହିଥିଲେ ଯେ-ମହିଳା ମାନେ ଦିନକୁ ଦିନ ଉର୍ଣ୍ନତି କରିବା ସହିତ ଅଗ୍ରଗତିର ପଥରେ ଆଗେଇବାକୁ ଲାଗିଛନ୍ତି । ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ତଥା ଆମର ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ମହିଳା ମାନଙ୍କ କଲ୍ୟାଣ ଓ ହିତ ସାଧନ ପାଇଁ ବିଭିନ୍ନ ବ୍ୟାଙ୍କ ଋଣ ସହାୟତାରେ ଆର୍ଥିକ ସହାୟତା ରାଶି ପ୍ରଦାନ ସହିତ ବିଭିନ୍ନ ଯୋଜନା ପରେ ଯୋଜନା ମାନ ପ୍ରଣୟନ କରି ସଦା ସର୍ବଦା ନାରୀମାନଙ୍କୁ ଉନ୍ନତି ଓ ପ୍ରଗତି ପଥରେ କର୍ମନିଯୁକ୍ତି ଯୋଗାଇଦେବା ସହିତ ମହିଳା ମାନଙ୍କୁ ଆଗେନେବାକୁ ପ୍ରୟାସ ଯାରି ରଖିଛନ୍ତି । ତେବେ ଆସନ୍ତୁମଞ୍ଚାସୀନ ଅତିଥୀ ମାନେ ଗଣମାଧ୍ୟମ ଆଗରେ କଣ ଓ କି ପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ସିଧା ସଳଖ ସେମାନଙ୍କ ମୁହଁରୁ ଶୁଣିବା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here