କେନ୍ଦ୍ରାପଡା ଜଜାଙ୍ଗ ଉ.ପ୍ରା.ବିଦ୍ୟାଳୟ ପରିସରରେ ଆନ୍ତଜାତୀୟ ମହିଳା ଦିବସ ପାଳିତ ।

ଆଜି କେନ୍ଦ୍ରାପଡା ଜଜାଙ୍ଗ ଉପ୍ରା ବିଦ୍ୟାଳୟ ପରିସରରେ କପାଳେଶ୍ଵର ଗ୍ରାମ ପଞ୍ଚାୟତ ଏବଂ କପାଳେଶ୍ୱର ଗ୍ରାମ ପଞ୍ଚାୟତର ମିଶନ ଶକ୍ତି ଯଥା- ଓମ୍ ମହାପୁଋଷ, ଆଣ୍ଠୁଆ ଗୋପାଳ, ମାତୃଶକ୍ତି, ମା” ବୃନ୍ଦାବତୀ ପ୍ରମୁଖଙ୍କ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ସମାରୋହ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗାୟତ୍ରୀ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ କେନ୍ଦ୍ରାପଡା ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଭଳ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।  ସମ୍ମାନୀୟ ଅତିଥିଭାବେ ବିଡିଓ କେନ୍ଦ୍ରାପଡା ଶ୍ରୀଯୁକ୍ତ ଅଶ୍ୱନୀ କୁମାର ଦାସଙ୍କ ସମେତ ଏ. ବି .ଡି .ଓ ଯୋଗଦେଇଥିବା ବେଳେ ଏମ୍. ବି.କେ ସ୍ନେହଲତା ପରିଡା, ସଭାପତି କମଳା ମହାନ୍ତି, ସମ୍ପାଦକ ଅପର୍ଣ୍ଣା ତ୍ରିପାଠୀ ଏବଂ CRC ଶ୍ରୀମତୀ ଚିନ୍ମୟୀ ଆଚାର୍ଯ୍ୟ ଓ ୱାର୍ଡ଼ ମେମ୍ବର ସବୀତା ଦାସ ପ୍ରମୁଖ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ । ନିରୂପମା ଆଚାର୍ଯ୍ୟ, ସଞୁକ୍ତା ମଲ୍ଲିକ, ଜସ୍ମିନ ଦାସ, ଶାନ୍ତିଲତା ଦାସ, ପୁଷ୍ପଲତା ଜେନା, କାଦମ୍ବିନୀ ଆଚାର୍ଯ୍ୟ, କବିତି ସାହୁ, କମଳା ସାହୁ ଏବଂ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଚୌଧୁରୀ, ମାନସୀ ସିଂ, ଅବନୀପ୍ରଭା ପଣ୍ଡା ଏବଂ ଶିକ୍ଷୟତ୍ରୀ ସବିତା ପଣ୍ଡା କୃର୍ଷିମିତ୍ର ଯୁଧୁଷ୍ଠିର ସେଠୀ, ରଞିତ ଥାଟୋଇ, ଜଗନ୍ନାଥ ବେହେରା, ପ୍ରାଣୀମିତ୍ର ଜୟନ୍ତୀ ମଳିକ, ଦିନବନ୍ଧୁ ମହାନ୍ତି ଏବଂ LSP-ରଞନ ବରାଳ ପ୍ରମୁଖ ଯୋଗଦେଇ ଉକ୍ତ ମହିଳା ଦିବସକୁ ସୂଚାରୁ ରୂପେ ପାଳନ କରିଥିଲେ । ମୂଖ୍ୟତଃ ମହିଳା ମାନଙ୍କ ସଶକ୍ତିକରଣ ଓ ମହିଳା ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସ୍ୱବଲମ୍ବି ଶୀଳ କରାଇବା  ପେକ୍ଷୀରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିବା ବେଳେ ଉକ୍ତ ପଞ୍ଚାୟତରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କାଇଁଚ ଚାଷ, ଗେଣ୍ଡୁ ଚାଷ ସମେତ ଅନ୍ୟାନ୍ୟ ବିଭିନ୍ନ ଚାଷ କିଛି ସ୍ଥାନରେ କରାଯାଉଛି ଏବଂ ଆହୁରି ଅନେକ ଗୁଡିଏ ସ୍ଥାନ ବା ୱାର୍ଡ଼ରେ ବିଭିନ୍ନ କିଷମର ଚାଷ କରାଯିବା ପାଇଁ ବ୍ୟବସ୍ଥା ମାନ କରାଯାଉଛି ବୋଲି ବ୍ଲକ ଅଧ୍ୟକ୍ଷଙ୍କ ସହିତ ପଞ୍ଚାୟତ ଅଧ୍ୟକ୍ଷ ତାଙ୍କ ନିଜ ନିଜ ଅଭିଭାଷଣରେ ମନ୍ତବ୍ୟ ରଖିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here