ମଣିଷ ଏବେବି ଅନ୍ଧ ବିଶ୍ୱାସ ଓ କୁସଂସ୍କାର ସହିତ ଓତପ୍ରତ ଭାବେ ଜଡିତଥିବା ଭଳି କାହିଁ କେମିତି କେତେବେଳେ ମନେ ହୁଏ । ଏମିତି ଏକ ଆଶ୍ଚର୍ଯ୍ୟ ଚକିତ ବା ଆଶ୍ଚର୍ଯ୍ୟ ଜନିତ ଘଟ୍ଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ କଣ୍ଟାବଣ ସ୍ଥିତ ବଡପଡା ଗ୍ରାମ ପଞ୍ଚାୟତର ମିଞାଉଣୀ ଗ୍ରାମର କାର୍ତ୍ତିକ ସାରଙ୍କ ବାଡିରେ । ଏହା ଏକ ଅବିଶ୍ୱାସନୀୟ ବା ଅଲୌକିକ କଥା ବା ଘଟ୍ଟଣା ହେଲେବି ସ୍ଥାନୀୟ ଲୋକେ ଏହସବୁକୁ ବିଶ୍ୱାସ କରୁଥିବା ଜଣା ମଧ୍ୟ ପଡେ । ଖବର ନେବାରୁ ଯାହା ଜଣାପଡିଛି ଯେ-ଉକ୍ତ ଗ୍ରାମର କାର୍ତ୍ତିକ ସାର ନାମରେ ସ୍ଥାନୀୟ ଅଞ୍ଚଳରେ ପରିଚିତଥିବା ଜୈନିକ ବ୍ୟକ୍ତିଙ୍କ ବାଡିରେ ବାବା ଗୋରେଖନାଥ ଠାକୁରଙ୍କ ଆବିର୍ଭାବ ହୋଇଥିବା ଜଣାପଡିଛି । ଏକ ସାହାଡା ବୃକ୍ଷ ମୂଳରେ ଏକ ଉଇ ହୁକା ରହିଛି । ଉକ୍ତ ସ୍ଥାନରେ ବାବାଙ୍କ ଆବିର୍ଭୂତ ହୋଇଥିବା ଉକ୍ତ ଅଞ୍ଚଳରେ ମୂଖ୍ୟ ଚର୍ଚ୍ଚା ବା ଆଲୋଚ୍ୟର ବିଷୟ ପାଲଟିଛି । କୁଆଡେ ଯେହା ମାନସୀକ ରଖି ଭକ୍ତି ପୂର୍ଣ୍ନ ସହକାରେ ବାବା ଗୋରେଖ ନାଥଙ୍କୁ ଡାକନ୍ତି ସେସବୁକୁ ବାବା ନିଶ୍ଚିନ୍ତ ରୂପେ ପୁରଣ କରିଥାନ୍ନ୍ତି । ସ୍ଥାନୀୟ ଗ୍ରାମବାସୀ ମାନେ ଏହି ଖବର ପାଇବା ପରଠୁ ଉକ୍ତ ସ୍ଥାନରେ ଦିନକୁ ଦିନ ବହୁ ଲୋକ ବା ଭକ୍ତଙ୍କ ଭିଡ ଜମିବା ସହିତ ନାମ ସଂକୀର୍ତ୍ତନ ସାଂଗକୁ ଶଂଖ ହୁଳହୁଳି ପଡିବା ଏବଂ ବାବାଙ୍କ ନିକଟରେ ଖୁବ୍ ଯୋର ସରରେ ମଧ୍ୟ ପୂଜାର୍ଚ୍ଚନା ଦିନ ତମାମ ଚାଲିଥିବା ଜଣାପଡିଛି । ଏପଟେ ଠାକୁର ବାହାରିବା ଖବର ଚାରିଆଡେ ପ୍ରଚାରିତ ହେବାପରେ ନିକଟସ୍ଥ ଆଖପାଖ ଗ୍ରାମ ମାନଙ୍କରୁ ପ୍ରାୟ ଶତାଧିକ ଭକ୍ତଙ୍କ ଭିଡ ସେଠାରେ ଲାଗିରହିଥିବା ଦେଖା ଯାଇଛି । ଉକ୍ତ ପୀଠରେ ନାମ ସଂକୀର୍ତ୍ତନ ଓ ପୂଜାର୍ଚ୍ଚନାରେ ଭାଗ ନେଇଥିବା ବ୍ୟକ୍ତି ବିଶେଷମାନେ ହେଲେ ଗତିକାନ୍ତ ନାୟକ, ସତ୍ୟଭୁଷଣ ନାୟକ, ଅଭିରାମ କୁଣ୍ଡୁ, ସ୍ୱର୍ଣ୍ଣଲତା ନାୟକ, ଡେଜୀ ସ୍ୱାଇଁ ଓ ଖଗେଶ୍ବର ନାୟକ, ସୋଭାବତୀ ନାୟକ, କବୀତା ନାୟକ, ପ୍ରବୀଣ ନୟକ ଓ ରୋଜାଲୀନ୍ ଦାସ, କୈଳାସ ଚନ୍ଦ୍ର ନାୟକ, ମୃର୍ତ୍ୟୁଞୟ ବାରିକଙ୍କ ସମେତ ବିଜୟ ନନା ପ୍ରମୁଖ ଉପସ୍ଥିତ ରହି ବାବାଙ୍କ ପୂଜାର୍ଚ୍ଚନା ଦାୟିତ୍ବ ସୂଚାରୁ ରୂପେ ତୁଲାଉଥିବା ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ ଟିକେ ସିଧା ସଳଖ ବାବା ଗୋରେଖନାଥଙ୍କ ଆବିର୍ଭାବ ସ୍ଥାନ ଉପରେ ଟିକେ ନଜର ପକାଇ ନେବେ । କେମିତି ରହିଥିଲା ସେଠାକାର ସ୍ଥିତି ଏବଂ ଗଣ ମାଧ୍ୟମ ଆଗରେ କଣ ପ୍ରତିକ୍ରିୟା ରଖୁଛନ୍ତି ସ୍ଥାନୀୟ ଗ୍ରାମବାସୀ । ସିଧା ସଳଖ ଶୁଣିବା ସେମାନଙ୍କ ମୁହଁରୁ ।
କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ Odisha1.TV |