କେନ୍ଦ୍ରାପଡା ଟାଉନ ହଲ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

ଆଜି କେନ୍ଦ୍ରାପଡା ଟାଉନ୍ ହଲ ପରିସରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ନାରୀନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ରୋସ୍ନାରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ମାନ୍ୟବର ବିଧାୟକ କେନ୍ଦ୍ରାପଡା ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ମୂଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉକ୍ତ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲା ବେଳେ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କ ସମେତ ଗୀତାଞଳୀ ସେଠୀ, କବୟତ୍ରୀ ଅବନ୍ତୀ ବେହେରା ଓ ଅପର୍ଣ୍ଣା ମହାନ୍ତି, ମହିଳା ବ୍ଲକ ସଭାପତି ସୁମିତ୍ରା ପାଢୀ ପ୍ରମୁଖ ମଞ୍ଚାସୀନ ଅତିଥିମାନେ ଯୋଗ ଦେଇ ନିଜ ନିଜର ଅତି ମୂଲ୍ୟବାନ ବକ୍ତବ୍ୟ ରଖିବା ସହିତ କହିଥିଲେ ଯେ-ନାରୀମାନେ ଆଉ ସମାଜରେ ଅବଳା ଦୂର୍ବଳା ହୋଇ ରହିନାହାନ୍ତି । ନାରୀମାନେ ସର୍ବାଗ୍ରେ ସଶକ୍ତିକରଣ ହେଲେଣି, ନାରୀମାନଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ପ୍ରାୟ ୩୩ ଭାଗ୍ ସ୍ଥାନ ସଂରକ୍ଷଣ ରଖାଯାଇଛି । ନାରୀମାନେ ମଧ୍ୟ ଦିନକୁ ଦିନ ଆଗକୁ ଅଗ୍ରସର ହେଲେଣି । ନାରୀ ମାନଙ୍କ ପାଇଁ ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଜରିଆରେ କାର୍ଯ୍ୟ ପ୍ରନ୍ଥାମାନ ଯୋଗାଇ ଦେଉଛନ୍ତି । ମଞ୍ଚ ସମ୍ମୁଖରେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ କେନ୍ଦ୍ରାପଡା ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଭଳ, ରାଜ୍ୟ ସହସମ୍ପାଦକ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା, ବ୍ଲକ ସଭାପତି ଶ୍ରୀଯୁକ୍ତ ଆଲୋକ କୁମାର ସାହୁ, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ମାନସ କୁମାର ସାହୁ, ଜିଲ୍ଲା ସହ ସମ୍ପାଦକ ଶ୍ରୀଯୁକ୍ତ ରଞନ କୁମାର କର, ରିତୁପର୍ଣ୍ନା ଦାସ, ଲୋପାମୁଦ୍ରା ବାରିକ୍, ପ୍ରିୟଦର୍ଶିନୀ ତରାଇ ଓ ଶ୍ମୃତିମୟୀ ସେନାପତି ପ୍ରମୁଖ ଶତାଧିକ ମହିଳା ବା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ମହିଳା ମହା ସଂଘର ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ Odisha1.TV |

 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here