ଭାରତର ଟ୍ରେଡ଼ ୟୁନିୟନ କେନ୍ଦ୍ର ସିଆଇଟିୟୁ ସର୍ଵ ଭାରତୀୟ ଡ଼ାକରାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଅହେତୁକ ମୁଲ୍ୟ ବୃଦ୍ଧି ପ୍ରତିବାଦରେ ଜଗତସିଂହପୁର ଜିଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ବିଖୋଭ କରାଯାଇଥିଲା।ଏହି ବିଖୋଭ କାର୍ଯ୍ୟକ୍ରମ ରେ ସିଆଇଟିୟୁ ର ରାଜ୍ୟ ସମ୍ପାଦକ ଲୋଭାକାନ୍ତ ସ୍ବାଇଁ ଯୋଗଦେଇ କହିଥିଲେ ପେଟ୍ରୋଲ, ଡିଜେଲ ର ମୁଲ୍ୟ ବୃଦ୍ଧି ତୁରନ୍ତ ପ୍ରତ୍ୟାହାର କରାଯାଉ,ଡିଜେଲ ଓ ପେଟ୍ରୋଲ ଉପରେ ରାଜ୍ୟ ଓ କେନ୍ଦ୍ରସରକାର ବସାଇଥିବା ଟିକସକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ଓ ରନ୍ଧନ ଗ୍ୟାସ ର ଦରଦାମ ବୃଦ୍ଧିକୁ ହ୍ରାସ କରିବା ପାଈଁ ଦାବି କରିଥିଲେ।ଏହି ଅବସରରେ ଏକ 3ଦଫା ଦାବିପତ୍ର ଜିଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଥିଲେ।ଏହି ବିଖୋଭ କାର୍ଯ୍ୟକ୍ରମ ରେ ସିଆଇଟିୟୁ ର ଜିଲା ସମ୍ପାଦକ କୃଷ୍ଣ ଚନ୍ଦ୍ର ବସ୍ତିଆ, କମିଟି ସଭ୍ୟ ସୁବାଷ ମହାରଣା, ରବିନ୍ଦ୍ର କୁମାର ଦାସ, ଜିଲା ସଭ୍ୟ ଅମିତ ମହାନ୍ତି, ଶରତ କୁମାର ବେହେରା, ଧନେଶ୍ୱର ରାଉତ,ଶରତ ସେଠୀ, ଦୟାନିଧି ଓଝା ପ୍ରମୁଖ ବିଖୋଭ ରେ ସାମିଲ ହୋଇଥିଲେ।
ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋଟ Odisha1.TV |