ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରିତୋଳ ପଂଚାୟତ ମହିଳା ସରପଞ୍ଚ ଙ୍କ ଧାରଣା।

ଜଗତସିଂହପୁର  ଜିଲ୍ଲା ତିର୍ତ୍ତଲ ବ୍ଳକ ର ବିରିତୋଳ ପଂଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଉଦ୍ଦେଶ୍ୟ ମୂଳକ ଭାବେ ସ୍ଥଗିତ ଥିବା ନେଇ ପଂଚାୟତର ମହିଳା ସରପଞ୍ଚ ରୁକସାନା ବେଗମ ଧାରଣା ରେ ବସିଛନ୍ତି।ସରପଞ୍ଚ ରୁକସାନା ବେଗମ କହିଛନ୍ତି କି ଆର୍ଥିକ ବର୍ଷ2019-2020 ଓ 2020-2021 ବର୍ଷ ନିମନ୍ତେ ବିଭିନ୍ନ ପ୍ରକଳ୍ପ ଯଥା ଗ୍ରାମ ପଂଚାୟତ ର କାର୍ଯ୍ୟାଳୟ ନିର୍ମାଣ, ପିଇଓ କ୍ୱାଟର, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ବିଭିନ୍ନ ଗ୍ରାମର ଭାଙ୍ଗି ଯାଇଥିବା ରାସ୍ତାର ମରାମତି ,ଗୁହାଳ ମରାମତି ହିତାଧିକାରୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ପାଉଣା ବନ୍ଦ କରିବା ଦାବିରେ ଧାରଣାରେ ବସିଥିବା କହିଛନ୍ତି ବିରିତୋଳ ପଂଚାୟତର ସରପଞ୍ଚ ରୁକସାନା ବେଗମ।

ଜଗତସିଂହପୁର ରୁ ପ୍ରଫୁଲ୍ଲ କୁମାର ସାହୁ  ଙ୍କ ରିପୋର୍ଟ Odisha1.TV.

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here