ଦୁହୁରିଆ କ୍ରସିଂଛକ ଠାରେ ଜଳଛତ୍ର ଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ।

ଆଗକୁ ଆସୁଛି ଖରାଦିନ, ପ୍ରଚଣ୍ଡ ଖରା ତାତିରେ ବାଟୋଇ ଟିଏ ନିଜର ତୃଷା ମେଣ୍ଟାଇବା ନିମନ୍ତେ ପାନୀୟ ଜଳର ଆବଶ୍ୟକତା ଓ ଅସ୍ଥ ବ୍ୟସ୍ଥତାକୁ ଦୃଷ୍ଟିରେ ରଖି ଏବଂ ପଥଚାରୀଙ୍କୁ ପାନୀୟ ଜଳ କଷ୍ଟ ଦାଉରୁ ରକ୍ଷା କରିବା ନିମନ୍ତେ ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଦୁହୁରିଆ କ୍ରସିଂ ଛକ ନିକଟରେ ଶ୍ରୀ ଶ୍ରୀ ଶୁଭଲକ୍ଷ୍ମୀ କ୍ରସିଂ ବଜାର କମିଟି ଦ୍ବାରା ପ୍ରବାଦ ପୁରୁଷ ତଥା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପ୍ରଥମେ ବିଜୁ ବାବୁଙ୍କ ଫଟୋଚିତ୍ରରେ ସମୁହ ପୁଷ୍ପ ମାଲ୍ୟାର୍ପଣ କରାଯିବା ସହିତ ବଜାର କମିଟିର ସଭାପତି ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ସାହୁ ଓ ସମ୍ପାଦକ ପ୍ରଦୀପ ନାଥ ସର୍ମାଙ୍କ ନେତୃତ୍ୱରେ କମିଟିର ଅନ୍ୟାନ୍ୟ ବହୁ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ଉପସ୍ଥିତରେ ଏକ ମେଗା ପାନୀୟ ଜଳଛତ୍ର ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଖରାରାର ପ୍ରଚଣ୍ଡ ତାପ ଦାଉରୁ ରକ୍ଷା ପାଇବା ନିମନ୍ତେ ଏବଂ ପଥଚାରୀଙ୍କ ତୃଷା ମେଣ୍ଟାଇବା ପାଇଁ ଏହି ଜଳଛତ୍ର ଖୋଲା ଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ Odisha1.TV    ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here