ରାଉରକେଲାର ଜଣେ ଛାତ୍ର ନାଁରେ ୩୮ କୋଟି ଟଙ୍କାର ଜିଏଷ୍ଟି ଠକେଇ :

ଷ୍ଟାର ବିଲେଟ ନାମକ ଏକ ଫେକ୍ କମ୍ପାନୀ ଖୋଲାଯାଇ ହୋଇଛି ଠକେଇ  ।

ଛାତ୍ରଙ୍କ ନାମ ଘଟକିଶୋର ବାଗ ।

ରାଉରକେଲାରେ ପୁଣି ସାମ୍ନାକୁ ଆସିଲା ଏକ ଜିଏଷ୍ଟି ଠେକେଇ ମାମଲା। ରାଉରକେଲାରେ ରହୁଥିବା ବଲାଙ୍ଗୀର ନୂଆପଡା ଅଞ୍ଚଳର ଜଣେ ଛାତ୍ର ନାଁ ରେ ଆସିଲା ୩୮ କୋଟି ଟଙ୍କାର ଜିଏଷ୍ଟି ଠେକେଇ ନୋଟିସ । ରାଉରକେଲା ଜଗଦା ଅଞ୍ଚଳର ରହୁଥିବା ଘଟକିଶୋର ବାଗଙ୍କ ନାମରେ ଆସିଛି ଏହି ନୋଟିସ । ଘଟକିଶୋର ବାଗଙ୍କ ନାମରେ ବଲାଙ୍ଗୀର ନୂଆପଡା ଅଞ୍ଚଳର ଷ୍ଟାର ବିଲେଟ ନାଁ ରେ ଏକ ଫେକ କମ୍ପାନୀ ଖୋଲାଯାଇ ପ୍ରାୟ ୩୮ କୋଟି ଟଙ୍କାର ଜିଏଷ୍ଟି ଚୋରି କରାଯାଇଛି । ଘଟକିଶୋର ବାଗ ଙ୍କ ଘର ବଲାଙ୍ଗୀର ଅଞ୍ଚଳରେ ହୋଇଥିବା ବେଳେ ସେ ରାଉରକେଲା ଜଗଦା ଅଞ୍ଚଳର ରହି ପାଠ ପଢିବା ସହ ଟ୍ୟୁସନ କରନ୍ତି । ତେବେ ବଲାଙ୍ଗୀରରେ ତାଙ୍କର କାଗଜ ପତ୍ର ନେଇ କେହି ଫେକ କମ୍ପାନୀ ଖୋଲିଥିବା ଜଣାପଡିଛି। ରାଜ୍ୟ ଜିଏଷ୍ଟି ବିଭାଗ ତରଫରୁ ରାଉରକେଲା ଏବଂ ବଲାଙ୍ଗୀରରେ ଘଟଣାର ତଦନ୍ତ ଜାରି ରହିଛି  ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ Odisha1.TV  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here