ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକର ସାତପଡ଼ା ଠାରେ ପଞ୍ଚାୟତିରାଜ ଦିବସ ପାଳିତ :

ମହାନ ଜନନାୟକ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକର ସାତପଡ଼ା ଠାରେ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପୂର୍ବତନ ସଭାପତି ଭିମସେନ ସାହୁଙ୍କ ଅକାଳ ବିୟୋଗରେ ୧ମିନିଟ୍ ନିରବ ପ୍ରାର୍ଥନା କରି ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ଶ୍ରୀ ଦାସବର୍ମା ତାଙ୍କ ଅଭିଭାଷଣରେ କହିଛନ୍ତି ଆଧୁନିକ ଓଡ଼ିଶାର ନିର୍ମାତା ତଥା ସ୍ଵାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଗଣତନ୍ତ୍ରରେ ସାଧାରଣ ଲୋକଙ୍କୁ ସେମାନଙ୍କ ହକ, ଅଧିକାର ପ୍ରଦାନ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ନିଜ ଅବଦାନ ପାଇଁ ବିଜୁ ପଟ୍ଟନାୟକ ସର୍ବଦା ସ୍ମରଣୀୟ ହୋଇ ରହିବେ। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ରବି ସାମଲ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ସୁର ପ୍ରସାଦ ମାହାନ୍ତି, ଆଇନ୍ ଜିବି ମନୋଜ କୁମାର ପଟ୍ଟନାୟକ, କୃଷ୍ଣ ପ୍ରସାଦ ବ୍ଲକ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ, ବ୍ରହ୍ମଗିରି ବ୍ଲକ ସଭାପତି ବିଦ୍ୟାଧର ସ୍ଵାଇଁ, ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା, ବନ୍ଦନା ପ୍ରଧାନ, ହରେକୃଷ୍ଣ ମଲ୍ଲିକ, ସୁରେନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା ନଳିନୀ ପ୍ରଭା ବରାଳ, ସମିତି ସଭ୍ୟ ବିଜୟ ତରେଇ, ଯୁଧିଷ୍ଠିର ନାୟକ, କୃଷ୍ଣ ପ୍ରସାଦ ବିଜୁ ଜନତା ଦଳ ସମ୍ପାଦକ ହେମନ୍ତ କୁମାର ଜେନା, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ କାର୍ତ୍ତବିଯ୍ୟ ସ୍ବାଇଁ, କୃଷ୍ଣ ପ୍ରସାଦ ବିଜୁ ଜନତା ଦଳ ବରିଷ୍ଠ ନେତା ବ୍ରଜକିଶୋର ଜେନା, ପ୍ରଫୁଲ୍ଲ କୁମାର ଜେନା, ପୂର୍ଣ୍ଣ ଚନ୍ଦ୍ର ଗଡୁ, ସାତପଡ଼ା ସରପଞ୍ଚ ତ୍ରିନାଥ ସାମନ୍ତରାୟ ଓ ଯୁବ ନେତା ଫାଲଗୁନୀ ଜାଲ୍ଲି ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here