ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ :

ପୁରୀ- ତା. ୦୫.୦୩.୨୦୨୧- ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନିତିରଞ୍ଜନ ସେନ ଅଧ୍ୟକ୍ଷତା କରିଥିଲେ । ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବି ନାରାୟଣ ଶତପଥି, ଶ୍ରୀ ଗୁରୁକୃପା ଆଶ୍ରମର ସ୍ବାମୀ ସତ୍ୟାନନ୍ଦ ଦାସ ମହାରାଜ ପ୍ରମୁଖ ସମ୍ମାନିତ ଅତିଥି ଏବଂ ପ୍ରାକ୍ତନ ପ୍ରାଧ୍ୟାପକ ଡଃ କୌଳାଶ ଚନ୍ଦ୍ର ଟିକାୟତରାୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି ଆଜିର ଦିନକୁ ରାଜ୍ୟରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି । ବିଜୁ ପଟ୍ଟନାୟକଙ୍କ ଜୀବନାଦର୍ଶ, ସଂଗ୍ରାମ, ସାହସିକତା, ତ୍ୟାଗ ଓ ଓଡିଆ ଜାତି ପ୍ରତି ଥିବା ଅବଦାନ ସଂପର୍କରେ ଅତିଥି ମାନେ ଆଲୋକପାତ କରିଥିଲେ । କ୍ଷମତାର ବିକେନ୍ଦ୍ରିକରଣ ସହ ତୃଣମୂଳ ସ୍ତରରୁ ବିକାଶକୁ ତ୍ବରାନ୍ବିତ କରିବା ଉପରେ ବିଜୁ ପଟ୍ଟନାୟକ ଗୁରୁତ୍ବାରୋପ କରୁଥିଲେ । ପଞ୍ଚାୟତ ସ୍ତରରୁ ଆଜି ଯେଉଁ ବିକାଶ ପ୍ରକ୍ରିୟା ଜାରି ରହିଛି ତାହା ଆଜି ବିଜୁ ବାବୁଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟଅତିଥି ଶ୍ରୀ ଦଳାଇ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତ୍ୟାଗ ସଂପର୍କରେ ମତବ୍ୟକ୍ତ କରିଥିଲେ । ଆଜି ସକାଳେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚରେ ଜିଲ୍ଲା ପରିଷଦ ଏକାଦଶ ଚମ୍ପିୟାନ ହୋଇଥିବା ବେଳେ ଡିଆରଡିଏ ଏକାଦଶ ରନର୍ସଅପ ହୋଇଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here