ଶନିବାରରୁ ବଡଦାଣ୍ତ ସେବା ଆରମ୍ଭ

ପୁରୀ- ତା. ୦୪.୦୩.୨୦୨୧- ପ୍ରତ୍ୟେକ ଶନିବାର ଦିନ ବଡଦାଣ୍ତ ସେବା ଆରମ୍ଭ ହେବ । ପୁରୀ ସହର ଓ ପବିତ୍ର ବଡଦାଣ୍ତକୁ ସଫା ରଖିବା ପାଇଁ  ସ୍ବେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପୁରୀବାସୀ ଓ ପର୍ଯ୍ୟଟକ ମାନଙ୍କୁ ଆହ୍ବାନ ଦିଆଯାଇଛି ।  ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଶନିବାର ସକାଳ ସାଢେ ୬ରୁ ସାଢେ ୮ ପର୍ଯ୍ୟନ୍ତ ଜାରି ରହିବ । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।  ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମର୍ଚ୍ଚିକୋଟ, ମର୍ଚ୍ଚିକୋଟରୁ ମାର୍କେଟ ଛକ, ମାର୍କେଟ ଛକରୁ ଡାକ୍ତରଖାନା ଛକ,ଡାକ୍ତରଖାନା ଛକରୁ ବଡଶଙ୍ଖ ଏବଂ  ବଡଶଙ୍ଖରୁ ଗୁଣ୍ତିଚା ମନ୍ଦିର ପର୍ଯ୍ୟନ୍ତ ଉକ୍ତ ପାଞ୍ଚଟି ସ୍ଥାନରେ ଏହି ସେବା ଆରମ୍ଭ ହେବ । ଏଥିରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ହୋଟେଲ, ବସ, ଟ୍ରକ, ଅଟୋ, ବାଣିଜ୍ୟିକ ସଂଘ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ସାମିଲ ହୋଇ ସହଯୋଗ କରିବେ ।  ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବକ୍ତୃତା, ରଙ୍ଗୋଲି ଓ କୁଇଜ ଭଳି ପ୍ରତିଯୋଗିତା ହେବ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ । ଏଥିପାଇଁ ଅନଲାଇନ ପଞ୍ଜିକରଣ ଆରମ୍ଭ ହୋଇଛି । ପ୍ରାୟ ଦେଢ ହଜାର ବ୍ୟକ୍ତି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ପରେ ଏହି ସଂଖ୍ୟାରେ ବୃଦ୍ଧି ହେବ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମଧ୍ଯ ଯୋଗଦେବେ । ଏଥିସହ ଏହିଦିନ ପ୍ଲାଷ୍ଟିକ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଏକ କିଲୋଗ୍ରାମରୁ ଅଧିକ ଓଜନର ପ୍ଲାଷ୍ଟିକ ଦେଉଥିବା ବ୍ୟକ୍ତିଙ୍କୁ ଗୋଟିଏ ଟି- ସାର୍ଟ ହୋଟେଲ ଆସୋସିଏସନ୍ ଏବଂ ପୌରସଂସ୍ଥା ପକ୍ଷରୁ ପ୍ରଦାନ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here