ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ :

ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର  ବିଜେଡି ସଭାପତି ରାଜେନ୍ଦ୍ର ବେହେରାଙ୍କ ଅଧ୍ୟକତାରେ  ପ୍ରବାଦ ପୁରୁଷ କଳିଙ୍ଗ ଷଣ୍ଢ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କରାଗଲା l ପ୍ରଥମେ ବିଜୁ ବାବୁଙ୍କୁ ମାଲ୍ୟାର୍ପଣ କରାଗଲା ପରେ ସଭାପତି  ବିଜୁବାବୁଙ୍କ ଜୀବନ କଥା ଉପରେ ଆଲୋକପାତ କରିଥିଲେ lବିଜୁ ବାବୁ ସବୁ ବେଳେ ସାଧାରଣ ଲୋକର  ହକକୁ ଗୁରତ୍ୱ ଦେଉଥିଲେ l ତେଣୁ ମାର୍ଚ୍ଚ ପାଞ୍ଚ ତାରିଖକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବରେ ପାଳନ କରାଯାଏ l ତାଙ୍କ ନା ବିଜୟା ନନ୍ଦ ପଟନାୟକ l ସଭିଙ୍କ ପ୍ରିୟ ବିଜୁବାବୁ l ରାଜନୀତିରେ ତାଙ୍କ ପାଇଁ ସ୍ୱାଭିମାନ, ହକ ଏବଂ ଅଧିକାର ଥିଲା ସର୍ବୋପରି l ସ୍ୱାଭିମାନର ସ୍ଵାକ୍ଷର ଵହନ କରୁଥିବା, ମାଟି ପ୍ରେମକୁ ରାଜନୀତିର ମୂଳମନ୍ତ୍ର କରିଥିବା ଏହି ଜନନେତା ସବୁବେଳେ ଓଡ଼ିଆ ଜାତି ପାଇଁ ଚିର ନମସ୍ୟ ହୋଇ ରହିବେ ବୋଲି କହିଥିଲେ l ପୂର୍ବତନ ଉପନଗର ପାଳ ଅଶୋକ ଦାସ, ଆଇନଜୀବି ରାଜେନ୍ଦ୍ର ଲେଙ୍କା, ବେନେଦିକ ତୀର୍କି, ଅସଫାକ ଗୁଡା, କେସି ଜେନା, ଏମ ଡି ତୋହିଦ, ରାଜୁ ମହାନ୍ତି, ସୁଧୀର ସାହୁ, ବିଜେଡି ଉପ ସଭାପତି ରାକେଶ ନନ୍ଦା ସାମିଲ ରହିଥିଲେ l ନାୟାର ଛକରେ ମାଲ୍ୟାର୍ପଣ ପରେ କାର୍ଯ୍ୟକର୍ତ୍ତା ମାନେ ସରକାରୀ ଚିକତ୍ସାଲୟ ପହଞ୍ଚି ରୋଗୀ ମାନଙ୍କୁ ଫଳ ବଣ୍ଠନ କରିଥିଲେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ  Odisha1.TV  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here