ଭିଜିଲାନ୍ସ ଜାଲରେ ହେମଗିର ଶିକ୍ଷା ବିଭାଗର କନିଷ୍ଠ କିରାଣି ଓ ବିଇଓ :

ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ ଓ ତାଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ବିରଞ୍ଚି ଖିଲେଇଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଆଜି ଭିଜିଲାନ୍ସ ଗିରଫ କରିଛି । ନାରାୟଣ ବାଗ ନାମକ ଜଣେ ପ୍ରଧାନ ଶିକ୍ଷକଙ୍କୁ ଧମକ ଚମକ ଦେଇ ବିଇଓ କିରାଣୀଙ୍କ ଜରିଆରେ ଏହି ଲାଞ୍ଚ ନେଉଥିଲେ । ଆଜି ହେମଗିର ବ୍ଲକ ଡୁରୁବଗା ଛକରେ କିରାଣୀ ଜଣଙ୍କ  ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଇଁ ଏହି ଲାଞ୍ଚ ଗ୍ରହଣ କରୁଥିଲା ସମୟରେ ଭିଜିଲାନସ୍ ହାତରେ ଧରା ପଡିଥିଲେ । ଭିଜିଲାନ୍ସ ବିଭାଗ କିରାଣୀ ବିରଞ୍ଚି ଖିଲେଇଙ୍କୁ ଡୁରୁବଗା ନିକଟରୁ ଗିରଫ କରିବା ସହ ତାଙ୍କ ସୂଚନା କ୍ରମେ ବ୍ଲକ ଶିକ୍ଷା ଅଧିକାରୀ  ଙ୍କୁ ସୁନ୍ଦରଗଡ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଗିରଫ କରିଥିଲା । ଆଜି ଉଭୟଙ୍କୁ କୋର୍ଟ ଚାଲାଣ ହେବ ବୋଲି ଭିଜିଲାନ୍ସ ଡି.ଏସ.ପି  କହିଛନ୍ତି । ୨୦୧୦ ମସିହାର ଏକ ବିଳମ୍ବିତ ୟୁସି ୟୁଟିଲାଇଜେସନ ସାର୍ଟିଫେକଟ କୁ ଆଧାର କରି ବ୍ଲକ ଶିକ୍ଷା ଅଧିକାରୀ ଏହି ଲାଞ୍ଚ ମାଗିଥିଲେ । ସୂଚନା  ଅନୁସାରେ ପୀଡିତ ଶିକ୍ଷକ ନାରାୟଣ ବାଗ ହେମଗିର ବ୍ଲକ କୁତାବଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ବେଳେ କୌଣସି କାରଣରୁ 2 ହଜାର 2 ଶହ ଟଙ୍କାର  ୟୁସି ଦାଖଲ କରି ପାରି ନ ଥିଲେ ।  ଏବେ ନାରାୟଣ  ବାଗ ହେମଗିର ବ୍ଲକ ସାହାସପୁର ଉଚ୍ଚ ପ୍ରଥାମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ଅଛନ୍ତି । ତେବେ ତାଙ୍କର ଏହି ବକେୟା ୟୁସି ପାଇଁ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ଅଫିସକୁ ବାରମ୍ବାର ଡାକି ଧମକ ଚମକ ଦେବା ସହ ତାଙ୍କୁ ନିଳମ୍ବିତ କରିବା ଧମକ ଦେଇ ଏହି ଲାଞ୍ଚ ମାଗିଥିଲେ । ୫୦ ହଜାର ଟଙ୍କା ଦେଲେ ସମାଧାନ ହେବ କହିବା ସହ ପରେ ୩୫ ହଜାର ଟଙ୍କାରେ ରାଜି ହୋଇଥିଲେ  ଓ ଟଙ୍କା ସଂଗ୍ରହ କରିବାପାଇଁ  କନିଷ୍ଠ କିରାଣିଙ୍କୁ  ନିୟୋଜିତ କରିଥିଲେ  । ଏ ନେଇ ପୀଡିତ ନାରାୟଣ ରାଉରକେଲା ଭିଜିଲାନ୍ସ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଆଜି ରାଉରକେଲା , ସୁନ୍ଦରଗଡ ଓ ଝାରସୁଗୁଡା ଭିଜିଲାନ୍ସ ମିଳିତ ଭାବେ ଏହି ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ତେବେ ଅଭିଯୁକ୍ତ ବ୍ଲକ ଶିକ୍ଷା ଅଧିକାରୀ  ନିଜେ ନିଜ ଦୋଷ ସ୍ୱୀକାର କରିବା ପରିବର୍ତ୍ତେ କିଛି ଜାଣି ନଥିବା କଥା କହିଛନ୍ତି । ଅପରପକ୍ଷେ ଟଙ୍କା ଗ୍ରହଣ କରିଥିବା କିରାଣୀ ଓ ପୀଡିତ ଉଭୟେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନାମ ଉଲ୍ଲେଖ କରିଛନ୍ତି । 

ବାଇଟ – ବିରେନ୍ଦ୍ର କୁମାର ନାୟକ , ଡିଏସପି , ଭିଜିଲାନ୍ସ , ରାଉରକେଲା ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ Odisha1.TV  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here