ପୁନଶ୍ଚ ଜନୈକ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର , ପୋଲିଶ ଖୋଜୁଛି ହତ୍ୟାକାରୀକୁ :

ସହ ଖଣ୍ଡ ବିଖଣ୍ଡିତ ଶରୀର ଫୋପାଡିଛି ନଦୀ ପଠାରେ ତଦନ୍ତ ସାପେକ୍ଷ । ଏଭଳି ଏକ ହୃଦୟ ବିଦାରକ ମର୍ମନ୍ତୁଦ ହତ୍ୟା ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ସଦର ମହକୁମା ଅନ୍ତର୍ଗତ ସଦର ଥାନା ସଂଲଗ୍ନ ବନ୍ଧପାଲି ଅଞ୍ଚଳରେ । ଇବ ନଦୀ କୂଳରୁ ମିଳିଛି କଟା ମୁଣ୍ଡ । ଇବ ନଦୀ ପଠାରୁ ମିଳିଛି ଖଣ୍ଡ ବିଖଣ୍ଡିତ ଶରୀର । ବନ୍ଧପାଲି ଅଞ୍ଚଳରୁ ମିଳିଛି ଶରୀରର ବିଭିନ୍ନ କଟା ଅଂଶ । ଖବର ପାଇ ସାଇଣ୍ଟିଫିକ ଦଳ ସହ ହତ୍ୟା ହତ୍ୟା ହତ୍ୟା , ପୁନଶ୍ଚ ଜନୈକ ବ୍ୟକ୍ତିଙ୍କ ହତ୍ୟା ଘଟଣା ଲୋକ ଲୋକନକୁ ଆସିଛି । କିଏ କାହିଁକି ଆଉ କେଉଁ କାରଣରୁ ହତ୍ୟା କରିବା ଘଟଣାସ୍ଥଳରେ ସଦର ପୋଲିଶ ପହଞ୍ଚି ଖଣ୍ଡ ବିଖଣ୍ଡିତ ଅଂଶକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ପ୍ରିୟାପ୍ରିତୀ ତୋଷଣରୁ ଏହି ହତ୍ୟା କାଣ୍ଡ ଘଟିଥିବା ନେଇ ଆଶଙ୍କା କରାଯାଉଛି । କେହି ନିର୍ମମ ଭାବେ ହତ୍ୟା କରି ଯୁବକଙ୍କୁ ନଦୀ ପଠାରେ ଫୋପାଡି ଦେଇଥିବା ନେଇ ସନ୍ଦେହ କରାଯାଉଛି । ମୃତକ ଜଣକ ହେଉଛନ୍ତି ଦୁର୍ଗା ମାଝୀ । ଗତ ଜାନୁଆରୀ ୧୪ ତାରିଖରେ ସୁନ୍ଦରଗଡ ଟାଉନ ଥାନା ଭବାନୀପୁର ଗ୍ରାମର ଗାଁ ସାଥୀଙ୍କୁ ଖଣ୍ଡ ଖଣ୍ଡ କରି ଗ୍ରାମ ନିକଟସ୍ତ ପୋଖରୀରେ ଫିଙ୍ଗି ଦେଇଥିବା ଘଟଣା ମନରୁ ଲିଭି ନ ଥିବା ବେଳେ ଏବେ ବନ୍ଧପାଲି ଅଞ୍ଚଳରେ ଘଟିଛି ଆଉ ଏକ ହୃଦୟ ବିଦାରକ ହତ୍ୟା ଘଟଣା । ତେବେ ପୋଲିଶ ପାଇ ପାରିନି ସଂପୂର୍ଣ୍ଣ ଶରୀର । ମୃତ ଯୁବକର ଅନ୍ୟ କଟା ଅଙ୍ଗ ସହ ହତ୍ୟାକାରୀକୁ ଖୋଜୁଛି ସଦର ପୋଲିଶ । ଦେଖିବାକୁ ବାକି ରହିଲା କେବେ ମିଳିବ ହତ୍ୟାକାରୀର ସନ୍ଧାନ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ  Odisha1.TV  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here