କେନ୍ଦ୍ରାପଡା ଚାଇଲଡ୍ ଲାଇନର ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ।

ଆଜି ଜିଲ୍ଲା ଚିଇଲଡ୍ ଲାଇନ୍ ପକ୍ଷରୁ ଏକ ମିଳିତ ସମନ୍ୱୟ ବୈଠକ କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ କାକଟଲକ୍ ସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ଭାରତ ସ୍ବେଛାସେବୀ ସଂଗଠନର ମୂଖ୍ୟ ଶ୍ରୀଯୁକ୍ତ ଉଦୟନାଥ ବେହେରା ସଭାପତିତ୍ବ କରିଥିବାବେଳେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭଗବତୀ ପ୍ରସାଦ ଦାଶ ମୂଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲା ବେଳେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରିଣୀ ଶ୍ରୀମତୀ ଅନୀତା ପଟ୍ଟନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ଚିନ୍ମୟୀ ରଥ, ଜିଲ୍ଲା ମଂଙ୍ଗଳ ଅଧିକାରିଣୀ ନମିତା ପ୍ରଧାନ,ଜୁଭେନାଇ ଜଷ୍ଟିସ୍ ବୋର୍ଡର ସଦସ୍ୟ ରବିନ୍ଦ୍ର ପ୍ରସାଦ ଜେନା ପ୍ରମୁଖ ମଞ୍ଚାସୀନ ଅତିଥିମାନେ ଯୋଗଦେଇ ସବୁ ବିଭାଗର ସମନ୍ୱୟ ଉପରେ ନିଜ ନିଜର ଅତି ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜିଲ୍ଲାରେ ଚାଇଲଡ୍ ଲାଇନ୍ କିପରି ଗଢି ଉଠିଲା ଏବଂ ଏହାର କାର୍ଯ୍ୟକାରିତା ସବୁ ବିଭାଗ ସହିତ କିପରି ସମନ୍ବୟ ରକ୍ଷା କରି ପାରିବ ଏବଂ ଏହାର ଆବଶ୍ୟକତା ଉପରେ ମୂଖ୍ୟତଃ ଆଲୋକପାତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ସୁରକ୍ଷା ପରାମର୍ଶ ଦାତା ଶ୍ରୀଯୁକ୍ତ ବିବେକାନନ୍ଦ ଅତବୁଦ୍ଧି ଚାଇଲଡ ଲାଇନ୍ କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ବିଭିନ୍ନ ସମସ୍ୟା ଗୁଡିକର କିପରି ପୋଲିସ, ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ବିଭାଗ ସହ ସମନ୍ୱୟ ରକ୍ଷା କରି ସମାଧାନ କରାଯାଇ ପାରିବ ଏବଂ ସରକାରଙ୍କର କେଉଁ ଆଇନ ବଳରେ ଏହା କାର୍ଯ୍ୟକାରୀ ହେଉଛି ସେବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ । ସେହିପରି ଚାଇଲଡ୍ ଲାଇନର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ରାକେଶ କୁମାର ବାରିକ୍ କେନ୍ଦ୍ରାପଡା ଚାଇଲଡ ଲାଇନର ସଦସ୍ୟ ଓ କର୍ମକର୍ତ୍ତା ସଂଖ୍ୟା କେତେ ଓ ଏ ପର୍ଯ୍ୟନ୍ତ କେତେଗୋଟି କେସ୍ ଚାଇଲଡ୍ ଲାଇନ ଦ୍ୱାରା କାର୍ଯ୍ୟକାରିତା କରାଯାଇଛି ସେବିଷୟରେ ଉପସ୍ଥାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚ ସମ୍ମୁଖରେ ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାଞଳୀ ମହାପାତ୍ରଙ୍କ ସମେତ ଶିଶୁ ମଙ୍ଗଳ କମିଟିର ପରାମର୍ଶ ଦାତ୍ରୀ ଶ୍ରୀମତୀ କନକଲତା ବେହେରା, ଲଳିତା ମଞରୀ ଦାସ ଓ POIC ବାଦଲ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବେଳେ ଶେଷରେ ଲିପସା ପ୍ରିୟ ଦର୍ଶିନୀ ମହାପାତ୍ର ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଏବଂ Cwcର ସମସ୍ତ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ Odisha1.TV  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here