ନାବାଳିକାକୁ ବାହା ଆଶାରେ ରାଜସ୍ଥାନୀ ଯୁବକ ଓ ପରିବାର ଥାନାରେ ଅଟକ :

ନାବାଳିକା ବିବାହ ପ୍ରଥା ଆଜି ବି ଜାରି ରହିଛି l ନିକଟରେ ପ୍ରାଶାସନିକ ଅଧିକାରୀ ଗଣ ଥାଇ ସୁଦ୍ଧା ସମସ୍ତେ ଅନଭିଜ୍ଞ I ଲୁଚା ଚୋରାରେ ଚାଲିଥିଲା ନାବାଳିକା ବିବାହ I ଏଭଳି ଏକ ହୃଦୟ ସ୍ପର୍ଶି ସ୍ପର୍ଶକାତର ଅଭାବନୀୟ ଘଟଣା ଘଟିଯାଇଛି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ତେଲିପୋଷ ବନ୍ଧଟୋଲା ବସ୍ତିରେ I କୁଆଁରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବନ୍ଧଟୋଲା ବସ୍ତିର ଜନୈକା ନାବାଳିକା ଝିଅର ପରିବାରକୁ ଆଶଙ୍କା କରାଯାଉଛି ଯେ ଅର୍ଥ ପ୍ରଲୋଭନ ଦେଖାଇ ନାବାଳିକା ଝିଅକୁ ବିବାହ କରୁଥିଲେ ଜଣେ ରାଜସ୍ଥାନୀ ଯୁବକ l ଏ ବିଷୟରେ ପ୍ରଶାସନ ଅନଭିଜ୍ଞ ଥିବାବେଳେ ବିସଶ୍ବସୂତ୍ରରୁ ଖବର ପାଇ ଦିଶା ଚାଇଲ୍ଡ ଲାଇନର ଅଧିକାରୀ ଓ ସହକର୍ମୀ କୁଆଁରମୁଣ୍ଡା ରେ ପହଞ୍ଚି ସ୍ଥାନୀୟ ଫାଣ୍ଡି ପୋଲିଶର ସହାୟତାରେ ନାବାଳିକା ଘରକୁ ଯାଇ ବିବାହ ଅଟକାଇବା ସହ ନାବାଳିକା କନ୍ଯାଙ୍କୁ ଉଦ୍ଧାର କରିଥିଲେ l ଏହି ଘଟଣାରେ ରାଜସ୍ଥାନୀ ଯୁବକ ରାକେଶ କୁମାର ଝୁନଝୁନ ଜିଲ୍ଲା କୁପରୀଖୂଣ୍ଟ ଗ୍ରାମର ବାସୀନ୍ଦା ଓ ତାଙ୍କ ପରିବାରଙ୍କୁ ବୀରମିତ୍ରପୁର ଥାନାରେ ଅଟକ ରଖାଯାଇଛି l ସମ୍ପୂର୍ଣ୍ଣ ଘଟଣାର ବିବରଣୀ ସହ କୁଆଁରମୁଣ୍ଡା ସିଡିପିଓ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଜସ୍ଥାନୀ ଯୁବକ ଓ ତାଙ୍କ ପରିବାର ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ପୋଲିଶ l ତେବେ କଥା ହେଉଛି କେଉଁ ପରିସ୍ଥିତିରେ ପଡି ନାବାଳିକା ଝିଅର ପରିବାର ଜନୈକା ୧୫ ବର୍ଷର ନାବାଳିକାକୁ ସୁଦୂର ରାଜସ୍ଥାନ ଅଞ୍ଚଳର ଜନୈକ ଯୁବକ ସହିତ ବିଳମ୍ବିତ ରାତିରେ ବିବାହ କରିଦେଉଥିଲେ  ? ଅର୍ଥର ପ୍ରଲୋଭନ ନା ଆଉକିଛି ତଦନ୍ତ ସାପେକ୍ଷ ?

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here