କେନ୍ଦ୍ରାପଡାରେ ବିଜୁବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳନ ।

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ମେଡିକାଲ୍ ଛକ ନିକଟରେ ଥିବା ପ୍ରବାଦ ପୁଋଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ସରକାରୀ କୋଭିଡ୍ ଗାଇଡ୍ ଲାଇନ୍ ନୀୟମ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷାକରି ମାକ୍ସ୍, ସାନିଟାଇଜର ବ୍ୟବହାର କରାଯାଇ ଏହି କାର୍ଯ୍ୟକ୍ରମକୁ ଯଥାରିତି ପୂର୍ବକ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବ୍ଲକ ସଭାପତି ଶ୍ରୀଯୁକ୍ତ ଶିବ ପ୍ରସାଦ ଭଳଙ୍କ ସଭାପତିତ୍ବରେ କେନ୍ଦ୍ରାପଡାର  ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ପ୍ରଥମେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଆନୁଷ୍ଠାନିକ ଭାବେ ସଭାରେ ଯୋଗ ଦେଇଥିଲେ । ଉକ୍ତ ସଭାରେ ବିଜୁ ବାବୁଙ୍କ ସ୍ମୃତି ଚାରଣ ସହିତ ଶିଳ୍ପ ବିହୀନ ଜିଲ୍ଲା କେନ୍ଦ୍ରାପଡା ପାଇଁ ପ୍ରାୟ ୫୦ ହଜାର କୋଟି ଟଙ୍କାର ଏକ ବୃହତ୍ତମ ଶିଳ୍ପ ତଥା ଷ୍ଟିଲ୍ ପ୍ଲାଣ୍ଟର ବୁଝାମଣା ପତ୍ର ରାଜ୍ୟ ସରକାରଙ୍କ ସହିତ ସ୍ୱାକ୍ଷରିତ ହୋଇଥିବାରୁ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଏପରି ଏକ ଯୁଗାନ୍ତକାରୀ ପଦକ୍ଷେପକୁ ସ୍ୱାଗତ କରିବା ସହିତ ଆମର ମାନ୍ୟବର ପ୍ରିୟ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଏବଂ କୃର୍ତଜ୍ଞତା ଜ୍ଞାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ରହୁଥିବା ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ କୁମାର ପରିଡାଙ୍କ ସମେତ ଉପସଭାପତି ଶ୍ରୀଯୁକ୍ତ ଦେବଦାସ ମହାନ୍ତି ଓ ରାଜ୍ୟ ସହ ସମ୍ପାଦକ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା ଏବଂ ଜିଲ୍ଲା ଯୁବ ସଭାପତି ଶ୍ରୀଯୁକ୍ତ ରାଜେଶ କୁମାର ଦାସ, ପଟ୍ଟାମୁଣ୍ଡାଇ ବ୍ଲକ୍ ଉପାଧ୍ୟକ୍ଷ ଶୁସାନ୍ତ ଦାସ,କେନ୍ଦ୍ରାପଡା ବ୍ଲକ୍ ଉପାଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷାବିତ୍ ଶ୍ରୀଯୁକ୍ତ ଭଜକୃର୍ଷ୍ନ ରାଉତ,ପୂର୍ବତନ କାଉନ୍ସିଲର ଶ୍ରୀଯୁକ୍ତ ହିରଣ୍ୟ କୁମାର ପଣ୍ଡା, ପୂର୍ବତନ ପୌରାଧ୍ୟକ୍ଷା ଶ୍ରୀମତୀ ରୋସ୍ନାରାଣୀ ସାହୁ, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ମାନସ କୁମାର ସାହୁ, ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ,ବ୍ଲକ୍ ସଭାପତି ଆଲୋକ କୁମାର ସାହୁ, କାଳିପ୍ରସାଦ ମିଶ୍ର, ସାମ୍ବାଦିକ ଦୂର୍ଗା ପତି,ମଙ୍ଗଳ ଚରଣ ସିଂ, ଲୋପାମୁଦ୍ରା ବାରିକ୍, ସୁଧିର ଜେନା, ଧିରେନ୍ଦ୍ର କୁମାର ଦାସ, ମହମ୍ମଦ୍ ନିଉଜ୍, ସେକ୍ ମତୁ,ମିନତୀ ପରିଡା, ସୁମିତ୍ରା ପାଢୀ, ସବୀତା ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବେଳେ ନଗର ସଭାପତି ଶ୍ରୀଯୁକ୍ତ ଯଯାତି କେଶରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ  Odisha1.TV    ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here