ହିନ୍ଦୁ ଧର୍ମ ଗ୍ରନ୍ଥ ଓ ଶାସ୍ତ୍ର ପୂରାଣର ବାଟ ଓଷା ପାଳନର ମହତ୍ୱ ।

ହିନ୍ଦୁ ଧର୍ମ ଓ ପୁରାଣ ଶାସ୍ତ୍ରରେ କାହିଁ କେଉଁ ଆବାହନ କାଳରୁ ବାଟ ଓଷାକୁ ବେସ୍ ପ୍ରାଧାନ୍ୟ ଦିଆଯାଇଥାଏ ଏବଂ ସେବେଠାରୁ ପାଳନ ମଧ୍ୟ କରାଯାଇ ଆସୁଛି ଏହି ବାଟଓଷା । କାହିଁକି ଘର ସମ୍ମୁଖରେ ସକାଳୁ ସକାଳୁ ରାସ୍ତା ଉପରେ ଏକ ଗର୍ତ୍ତକରି ତା ଚାରିକଡ ଗୋବରରେ ପାଣିରେ ଲିପାଯାଇ, ଚିତାପକାଇ, ଫୁଲ ଚନ୍ଦନ, ଧୂପ, ଦୀପ ଓ ଶଂଖ ବଜାଇ, ହୁଳହୁଳି ପକାଯାଇ ଗାଁ ଦାଣ୍ଡରେ କିଛି ମହିଳା ମାନେ ଏକତ୍ରିତ ହୋଇ ନିଜ ନିଜର ମାନସୀକ ପୁରଣ କରିବା ନିମନ୍ତେ ବା ପାଳନ ପୂର୍ବକ “ମା”ଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି ‘ମହିଳା ମାନେ । ଏହି ବାଟ ଓଷାର କଣ ରହିଛି ମହତ୍ୱ ବା ପୂର୍ଣ୍ଣ୍ୟ ଏବଂ କେବେ ଏହି ବାଟ ଓଷାକୁ କିଏ ପାଳନ କରିଥାନ୍ତି । ଏହା ପଛରେ କଣ ରହିଛି ବାଟ ଓଷାର ଐତିହାସିକ ଓ ପୌରାଣିକ  ଭିର୍ତ୍ତିଭୂମି ବା କଥାବସ୍ତୁ । ତେବେ ଆସନ୍ତୁ ନା ଟିକେ ନଜର ପକାଇ ନେବା ସେସବୁ ଉପରେ । ସାଧାରଣତଃ ଯାହା ପୂରାଣ ଶାସ୍ତ୍ରରେ ବର୍ଣ୍ନିତ ଅଛି ବା ହିନ୍ଦୁ ଧର୍ମର ପୋଥି ପୂରାଣ ଶାସ୍ତ୍ରକୁ ଅଧ୍ଯୟନ କରିବା ବା ପଢିବାପରେ ଯାହା ଜଣାପଡେ ଯେ-“ମା” ସାଧାରଣତଃ ପୁଅର ଶୁଭ ମନାସି ଏହି ବାଟ ଓଷାକୁ ମା’ମଂଗଳାଙ୍କ ଉଦ୍ଧେଶ୍ୟରେ ଜଳ ପ୍ରର୍ଶନକରି ଅତି ନିଷ୍ଠା ଓ ଭକ୍ତିର ସହିତ ପାଳନ କରିଥାନ୍ତି । ମା”ମଂଗଳା ହେଉଛନ୍ତି ମା’ଜଗତ ଜନନୀ,କାପ୍ତାୟନୀ ଓ ସର୍ବ ମଂଗଳମୟୀ । ସଦା ସର୍ବଦା “ମା” ମଂଗଳା ସମସ୍ତଙ୍କୁ ବିଭିନ୍ନ ବିପଦ ଆପଦରୁ ଘଣ୍ଟ ଘୋଡାଇ ରଖିଥାନ୍ତି । ଶାନ୍ତି, ମୁକ୍ତି ପ୍ରଦାୟିନୀ ହେଉଛନ୍ତି ମା’ମଂଗଳା । ତେବେ ଆସନ୍ତୁ ଟିକେ ନଜର ପକାଇ ନେବା କେମିତି ରହିଛି ‘ମା’ମଂଗଳାଙ୍କ ପୂଜାର ବିଧି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here