ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ମହାସଂଘର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ।

ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ମହାସଂଘର ପ୍ରଥମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି ।ମହାସଂଘର ସଭାପତି ପ୍ରମୋଦ ନାୟକଙ୍କ ସଭାପତିତ୍ୱରେ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ,ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି,ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ଏସପି ପ୍ରକାଶ ଆର,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ କାନନ ଦାଶ,ରାଜ୍ୟ କାଜୁ ନିଗମ ଅଧକ୍ଷ ଅମରେନ୍ଦ୍ର ଦାସ,ଜିଲାପରିଷଦ ଅଧଖ୍ୟା ପ୍ରିୟଦର୍ଶିନୀ ବିଶ୍ଵାଳ,ଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥିମାନେ ଯୋଗ ଦେଇ ସାମ୍ବାଦିକ ମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱବୋଧତା ବାବଦରେ ଆଲୋକପାତ କରିଥିଲେ ।ଏହା ସହିତ ସାମ୍ବାଦିକ ସମସ୍ୟା ଗୁଡିକୁ ଅନୁଧ୍ୟାନ କରି ଏହାର ସମାଧାନ ଦିଗରେ ସରକାରଙ୍କ ନିକଟରେ ଆଲୋଚନା କରାଯିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।ଜିଲା ସାମ୍ବାଦିକ ମହାସଂଘର ସାଧାରଣ ସମ୍ପାଦକ ମନୋଜକୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ।ପ୍ରାରମ୍ଭରେ ସହ ସମ୍ପାଦକ ସୋମନାଥ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ସୁନାକର ବେହେରା ସ୍ଵାଗତ ଭାଷଣ ଦେଇଥିଲେ।ଉତ୍ସବରେ ଜିଲା ସାମ୍ବାଦିକ ମହାସଂଘର କୋଷାଧକ୍ଷ ଦୁର୍ଯ୍ୟୋଧନ ମହାରଣା, ବରିଷ୍ଠ ସାମ୍ବାଦିକ ସିଦ୍ଧାର୍ଥ ଦାସ,ଚନ୍ଦ୍ରକାନ୍ତ ଦାସ, ରାଧାକାନ୍ତ ମିଶ୍ର,ଆଶୁତୋଷ ବେହେରା, ମାନସ କାନୁନଗୋ,ସରୋଜକାନ୍ତ ସାହୂ, ପ୍ରଚେତ ଚେତନ ମହାନ୍ତି, ଗୟାଧର ମହାରଣା, ମହେଶ୍ୱର ତ୍ରିପାଠୀ, ମିଲନ ଜେନା,ତାରାପ୍ରସାଦ ମହାନ୍ତି, ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ପରିଚାଳନା ରେ ସହାୟତା କରିଥିଲେ।ଶେଷରେ ସାମ୍ବାଦିକ ରମାକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉତ୍ସବରେ ବହୁ ଗଣମାଧ୍ୟମ ର ପ୍ରତିନିଧି, ବୁଦ୍ଧିଜୀବୀ,ସମାଜସେବୀ, ଆଇନଜୀବୀ, ଵିଭାଗୀୟ ଅଧିକାରୀ ପ୍ରମୂଖ ଉପସ୍ଥିତ ଥିଲେ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here