ସାରଦା ଏକାଡେମୀ ଛକନାର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ ।

ଆଜି ଡେରାବିଶ ବ୍ଲକ୍ ଅନ୍ତର୍ଗତ ସାରଦା ଏକାଡେମୀ ଛକନା ନାମରେ ସୁପରିଚିତ ବହୁ ପୁରାତନ ଉଚ୍ଚବିଦ୍ୟାଳୟ ତଥା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱର୍ଣ୍ଣଲତା ସ୍ୱାଇଁଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ ଆଜି ତାଙ୍କ ଚାକିରୀ ଜୀବନରୁ ଅବସର ନେଇଛନ୍ତି । ଶ୍ରୀମତୀ ସ୍ୱାଇଁ ଜଣେ ମିଷ୍ଠ ଭାସି ପରୋପକାରୀ ଓ କର୍ମବୀର ଏବଂ ମେଳାପୀ ପ୍ରଧାନ ଶିକ୍ଷୟିତ୍ରୀ ଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ କରୋନା ପରି ମହାମାରୀ ଦୁରାରୋଗର ସମ୍ମୁଖୀନ କରି ସେ ସବୁଠି ଧନ୍ୟବାଦର ପାତ୍ର ପାଲଟି ଥିଲେ । ସେ ସମସ୍ତଙ୍କ ପ୍ରିୟ ହୋଇଥିବା ବେଳେ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ବିଭିନ୍ନ ସାମଗ୍ରୀ ମାନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ଲେଙ୍କା, କପିଳ ଚରଣ ସାମନ୍ତରାୟ, ଶିକ୍ଷୟତ୍ରୀ କିରଣବାଳା ଶତପଥୀ ଓ ଅନ୍ନପୂର୍ଣ୍ଣା ସାହୁ ଏବଂ ଶଶିସୁଭ୍ରା ନନ୍ଦ, ରେଣୁବାଳା ସାମଲ, ସତ୍ୟବ୍ରତ ଷଡଂଗୀ, ଜାନକୀ ରାଉତ, ମନୋଜ କୁମାର ପ୍ରଧାନଙ୍କ ସମେତ ସ୍ମୃତିରଞନ ରାଉତରାୟ,ବିଶ୍ଵାମିତ୍ର ସି, ସର୍ବେଶ୍ବର ମହାନ୍ତି ଓ ବହୁ ସ୍ଥାନୀୟ ଜ୍ଞାନୀ, ଗୁଣି ଓ ବିଦ୍ୱାନ ବ୍ୟକ୍ତି ବିଶେଷ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିବାରେ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ  Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here