ବଡାଇକ ସମାଜ ଆନୁକୁଲ୍ୟରେ କ୍ରିକେଟ ପ୍ରତିଯୋଗୀତା ଉଦଘାଟିତ :

ସୁନ୍ଦରଗଡ଼ ଜିଲ୍ଲା ନୁଆଗାଁ ବ୍ଲକ ଅନ୍ତର୍ଗତ ପୂରୁଣାପାଣି ସ୍ଥିତ କବି ବସ୍ତି ପଡିଆରେ ବଡାଇକ୍ ସାମାଜ ପକ୍ଷ୍ୟରୁ କ୍ରିକେଟ ପ୍ରତିଯୋଗିତା ସ୍ଥାନୀୟ ଯୁବକ ସଂଘ ଦ୍ଵାରା ଉଦଘାଟିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ସମୁଦାୟ ୧୬ ଟି କ୍ରିକେଟ୍ ଦଳ ଯୋଗ ଦେଇଥିଲେ l ଆଜିର ଏହି ଉଦଘାଟନି ଉତ୍ସବରେ ପ୍ରଥମ ମ୍ୟାଚ ଭାବେ କାଂଶବାହାଲ ଓ କନ୍ଦରକେଲା ମଧ୍ୟରେ ପ୍ରତିଦ୍ଵନ୍ଦିତା ହୋଇଥିଲା l ୧୦ ଓଭର୍ ବିଶିଷ୍ଠ ଏହି ମ୍ୟାଚରେ କାଂଶବାହାଲ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ୍ ହରାଇ ୫୩ ରନ୍ କରିଥିଲେ l କନ୍ଦରକେଲା ଦଳ ଦ୍ଵିତୀୟ ପର୍ଯ୍ୟାୟରେ ବ୍ୟାଟିଂ ଆରମ୍ଭ କରି ୫୪ ରନ୍ କରି ବିଜୟୀ ଘୋଷିତ ହୋଇଥିଲେ l ଏହି ଖେଳରେ ଶ୍ରେଷ୍ଠ ଖେଳାଳିଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ପ୍ରତିଯୋଗୀତା ଆସନ୍ତା ମାସ ୭ ତାରିଖ ଦିନ ଉଦଯାପିତ ହେବାକୁ ଥିବା ବେଳେ ଫାଇନାଲ୍ ମ୍ୟାଚରେ ବିଜେତା ଦଳଙ୍କୁ ଟ୍ରଫି ସହ ନଗଦ ରାଶି ୧୦ ହଜାର ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ୭ ହଜାର ଟଙ୍କା ଦିଆଯିବା ନେଇ ଆୟୋଜକ ବଡାଇକ୍ ଯୁବକ ସଂଘ ପକ୍ଷରୁ ଘୋଷଣା କରାଯାଇଛି l ଆଜି ର ଏହି ମ୍ୟାଚ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ବହୁ ଲୋକଙ୍କର ସମାଗମ ହୋଇଥିଲା l ଏହି ପ୍ରତିଯୋଗିତାର ଉଦଘାଟନି ଉତ୍ସବରେ ହାତୀବାରି ଥାନା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚର ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ଖେଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆନ୍ତରିକତାର ସହିତ ସହଯୋଗ କରିଥିଲେ l

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here