ବରିଷ୍ଠ ନାଗରିକ ଓ ରୋଗୀମାନଙ୍କୁ କୋଭିଡ ଟିକାକରଣ :

ପୁରୀ-ତା.୦୧.୦୩.୨୦୨୧- ଜିଲ୍ଲାରେ ବରିଷ୍ଠ ନାଗରିକ ଏବଂ ୪୫ ବର୍ଷ ବୟସରୁ ଅଧିକ ଦୀର୍ଘକାଳୀନ ଜଟିଳରୋଗୀ ମାନଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି । ପୁରୀର କମଳା ଦେବୀ ମାତୃମଙ୍ଗଳ କେନ୍ଦ୍ରରେ ୧୦୦ ଜଣ ଏବଂ ଇ-୨୪ରେ ୧୫ ଜଣ ଟିକା ନେଇଛନ୍ତି । ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ ଇ-୨୪ ଏବଂ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା କମଳା ଦେବୀ ମାତୃମଙ୍ଗଳ କେନ୍ଦ୍ର ଠାରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ବରିଷ୍ଠ ନାଗରିକ ଶ୍ରେଣୀରେ ସବୁ ବର୍ଗର ବ୍ୟକ୍ତିବିଶେଷ ସାମିଲ ଥିଲେ । ଆସନ୍ତାକାଲି ଠାରୁ ଦୋଳବେଦୀ କୋଣ, ଚନ୍ଦନ ହଜୁରୀ ଏବଂ ସ୍ବର୍ଗଦ୍ବାର ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ କରାଯିବ ଏବଂ ଖୁବଶୀଘ୍ର ବ୍ଲକସ୍ତରରେ ଟିକା ଦିଆଯିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଡିପିଏମ୍ଓ ଟି. ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here