ଗାୟତ୍ରୀ ଶକ୍ତିପୀଠରେ “ଆପଣଙ୍କ ଦ୍ୱାରରେ ପହଞ୍ଚିଲା ହରିଦ୍ୱାର” ଅଭିଯାନର ଶୁଭାରମ୍ଭ :

ଯୋଗୁଁ ସମସ୍ତେ ଏହି ମହାକୁମ୍ଭରେ ଯୋଗଦେବା ସମ୍ଭବ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଶାନ୍ତିକୁଞ୍ଜ, ହରିଦ୍ୱାର ପାଖରୁ ସମଗ୍ର ଭାରତ ବର୍ଷରେ “ଆପଣଙ୍କ ଦ୍ୱାରରେ ପହଞ୍ଚିଲା ହରିଦ୍ୱାର” ଅଭିଯାନ ଅନ୍ତର୍ଗତ ହର ହର ଗଙ୍ଗେ, ଘର ଘର ଗଙ୍ଗେ କାର୍ଯ୍ୟକ୍ରମ ରାଉରକେଲା ସେକ୍ଟର-2 ଗାୟତ୍ରୀ ଶକ୍ତିପୀଠରେ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ପାଇଁ ଶାନ୍ତିକୁଞ୍ଜ, ହରିଦ୍ୱାର ରୁ ଏଜ ୫ ଜଣିଆ ପ୍ରତିନିଧି ମଣ୍ଡଳ ଆସି ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାର ଶତାଧିକ ପରିଜନ ଭାଗ ନେଇଥିଲେ। ଏହି ଅଭିଯାନରେ ଶ୍ରଦ୍ଧାଳୁ ମାନେ ନିଜ ଘରେ ଚଳିତ ବର୍ଷ ହରିଦ୍ୱାରରେ ମହାକୁମ୍ଭ ସ୍ନାନ ଗତ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଚୈତ୍ର ପୂର୍ଣ୍ଣିମାରେ ଶେଷ ହେବ। ଏହିବର୍ଷ କରୋନା ପ୍ରତିବନ୍ଧକ ଗଙ୍ଗାଜଳ ଓ ଦେଵ ସ୍ଥାପନା କରି ନିଜକୁ ଏହି ମହାକୁମ୍ଭରେ ସାମିଲ ହୋଇ କୁମ୍ଭସ୍ନାନର ପୁଣ୍ୟ ଲାଭ କରିପାରିବେ।

ହରିଦ୍ୱାରରୁ ଆସିଥିବା ପ୍ରତିନିଧିମାନେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଗାୟତ୍ରୀ ଶକ୍ତିପୀଠର ଟ୍ରଷ୍ଟି ଶ୍ରୀ ନିତ୍ୟାନନ୍ଦ ଦାସ ନିଜ ସ୍ୱାଗତ ଭାଷଣରେ କରୋନା ମହାମାରୀ ସମୟରେ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ଓ ଏହାର ମହତ୍ତ୍ୱ ଉପରେ ନିଜର ମତ ପ୍ରଦାନ କରିଥିଲେ।

ହରିଦ୍ୱାରରୁ ଆସିଥିବା ମୁଖ୍ୟ ପ୍ରତିନିଧି ଶ୍ରୀ ଶେଷଦେଵ ବଡାଇକ ନିଜ ବକ୍ତବ୍ୟରେ ଭାରତୀୟ ସଂସ୍କୃତିରେ ଗୀତା, ଗଙ୍ଗା, ଗାୟତ୍ରୀ, ଗୋମାତା ଓ ଗୁରୁର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।

ପରେ ସହଯୋଗୀ ପ୍ରତିନିଧି ଶ୍ରୀ ପ୍ରଦୀପ ସାହୁ ଶାନ୍ତିକୁଞ୍ଜ, ହରିଦ୍ୱାର ଦ୍ୱାରା ଚାଲିଥିବା “ଆପଣଙ୍କ ଘରେ ପହଞ୍ଚିଲା ହରିଦ୍ୱାର” ଅଭିଯାନର ଆଭିମୁଖ୍ୟ ତଥା ଆମେ କିପରି ଭାବନାତ୍ମକ ଭାବେ ଏହି ପବିତ୍ର ମହାକୁମ୍ଭରେ ଉପସ୍ଥିତ ହୋଇପାରିବା ତାହା ବୁଝାଇଥିଲେ।

ଶାନ୍ତିକୁଞ୍ଜର ଅନ୍ୟତମ ପ୍ରତିନିଧି ଶ୍ରୀ ବଳରାମ ସାହୁ ଆଜିର ଦିନରେ ଗଙ୍ଗା ଓ ଗାୟତ୍ରୀର ଆବଶ୍ୟକତା ସମସ୍ତ ସମାଜରେ ରହିଛି ତାହା ବୁଝାଇଥିଲେ। ଶ୍ରୀ ସାହୁ କହିଲେ ଗଙ୍ଗାସ୍ନାନ ଆମ ସ୍ଥୁଳ ଶରୀରକୁ ପବିତ୍ର କରୁଥିବା ବେଳେ ଗାୟତ୍ରୀ ମନ୍ତ୍ର ଆମର ମନ, ଆତ୍ମା ତଥା ସୁକ୍ଷ୍ମ ଜଗତକୁ କିପରି ପବିତ୍ର କରେ, ତାହା ବିଭିନ୍ନ ବୈଜ୍ଞାନିକ ତଥ୍ୟ ଦ୍ୱାରା ବୁଝାଇଥିଲେ।

ବୈଠକରେ ଓଡିଶା ପ୍ରଦେଶ ସଂଗଠନର ମୁଖ୍ୟ ଶ୍ରୀ ଜଗଦୀଶ ଦାସ ସଙ୍ଗଠନର ମହତ୍ଵ, ଏହାର ରୂପରେଖ ଓ ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ଆଜିର ଦିନରେ ଗାୟତ୍ରୀ ପରିବାର କିଭଳି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ତାହା କହିଥିଲେ।

ପ୍ରତିନିଧି ମଣ୍ଡଳରେ ଆସିଥିବା ଶ୍ରୀ ଖୁଡିରମ ଜୀ ନିଜ ସୁମଧୁର କଣ୍ଠରେ ଯୁଗ ସଙ୍ଗୀତ ଗାନ କରି ଉପସ୍ଥିତ ପରିଜନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ଶେଷରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ  ହରିଦ୍ୱାରରୁ ଆସିଥିବା ଗଙ୍ଗାଜଳ କୁମ୍ଭରୁ ନିଜ ଅଞ୍ଚଳ ପାଇଁ ପୂଜନ କରି ଗଙ୍ଗାଜଳ ଶୋଭାଯାତ୍ରାରେ ନେଇଥିଲେ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here