ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ :

ଡାବୁଗାଁ, ୨୫/୨ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାଠାରେ ଆଦିବାସୀ ମାନଙ୍କ ପର୍ବ ମାଘ ମଣ୍ଡେଇ ଗୁରୁବାର କରୋନା କଟକଣା ରେ ପାଳିତ  ହୋଇଯାଇଛି | ତୁରୀ, ବାଦ୍ୟ, ଢୋଲ, ମାଦଳ ବାଦ୍ୟର ତାଳେତାଳେ ଶେଷ ହୋଇଛି ଏହି ଉତ୍ସବ | ଏଥିରେ ଡାବୁଗାଁ ବ୍ଲକ ସମେତ ଆଖପାଖ ଗ୍ରାମରୁ ଲାଠି, କୁର୍ଚି ଓ ପାଲିଙ୍କି ଭୈରବ ମନ୍ଦିର ରେ ପୂଜାର୍ଚ୍ଚନ ହୋଇଥିଲା | ପରେ ଅପରାହ୍ନରେ ସମସ୍ତ ଲାଠି, କୁର୍ଚି ମା ଦୁଲ୍ଲାରଦେଇ ମନ୍ଦିର ରୁ ବାହାରି ନଗର ପରିକ୍ରମା କରି ଭୈରବ ମନ୍ଦିରରେ ଏକତ୍ରିତ ହୋଇଥିଲେ | ପୂଜାରୀ ଶିରାମାନେ ସାଜସଜା ହୋଇ ଖଣ୍ଡା ଧରି ନୃତ୍ୟ ପରିବେଷଣ କରିଥିଲେ | ଲାଠି, କୁର୍ଚି, ଶିରା ମାନେ ବାଦ୍ୟର ତାଳେ ତାଳେ ନୃତ୍ୟ କରି ମନ୍ଦିର ଠାରେ ପହଞ୍ଚିଥିଲେ | ଶୁକ୍ରବାର ଲାଠି ,କୁର୍ଚି ଓ ଶିରା ପୂଜାରୀ ମାନଙ୍କୁ ନୂତନ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ବିଦାୟ ଦିଆଯିବ | ଏଥିରେ ସାଂସଦ ପ୍ରତିନିଧି ଏମ୍॰ ଆପ୍ପା ରାଓ, ଡାବୁଗାଁ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବ୍ଲକ କଂଗ୍ରେସ ସଭାପତି ଜି॰ସାଇ ରାଜୁ, ଅଶୋକ କୁମାର ମୂର୍ତ୍ତୀ, ଦେବରାଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ | ଏଥିରେ ମଣ୍ଡେଇ ଯାତ୍ରା  ପରିଚାଳନା କମିଟି ସଭାପତି ଅଶୋକ ସୌରା, ସମ୍ପାଦକ ପାପନ୍ନା ରେଲି, ପ୍ରଦୀପ ଜେନା, ଜଗନ୍ନାଥ ବେହେରା, ତରଣୀ ରେଲି, ସୁରେନ୍ଦ୍ର ରେଲି ପ୍ରମୁଖ ପରିଚାଳନା କରିଥିଲେ |

                                    

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1॰TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here