ଉନ୍ନୟନ କମିଶନରଙ୍କୁ ଭେଟି ଅଞ୍ଚଳର ସମସ୍ୟା ଉପରେ ଆଲୋଚନା କଲେ ଝରିଗାଁ ବିଧାୟକ :

ଡାବୁଗାଁ, ୨୪/୨ ନବରଙ୍ଗପୁର ଜିଲ୍ଲାର  ମାନ୍ୟବର ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ମହୋଦୟ ଏବଂ ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌଷଧି ବାଘ ମହୋଦୟ  ଦୁଇ ବିଧାୟକ ମିଶି ମାନ୍ୟବର  ଉନ୍ନୟନ କମିଶନର   ଶ୍ରୀ ପି.କେ.ଜେନା  ଙ୍କୁ ଭେଟି ଝରିଗାଁ ରୁ ସିଧା କଳାହାଣ୍ଡି ଗୋତୋମୁଣ୍ଡା କୁ ରାସ୍ତା ସଂଯୋଗ କରିବା ପାଇଁ ଆଲୋଚନା କରିଥିଲେ । ଏବଂ ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ମହୋଦୟ ଝରିଗାଁ ନିର୍ବାଚନ ମଣ୍ଡଳୀ ର କେତେ ରହିଯାଇଥିବା ପୋଲ ବିଷୟରେ ଏବଂ ଚକଲାପଦର ଠାରୁ  କୁହୁଡ଼ି ଗ୍ରାମ କୁ ରାସ୍ତା କିପରି ସଂଯୋଗ ହୋଇପାରିବ ସେ ବିଷୟରେ  ଆଲୋଚନା କରିଥିଲେ । ଉନ୍ନୟନ କମିଶନରଙ୍କ ସହ  ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରି ଥିବାରୁ ଜନସାଧାରଣରେ ବିଧାୟକ ଙ୍କ ଏପରି କାର୍ଯ୍ୟ କଳାପ କୁ ଭୁୟସି ପ୍ରଶଂସା କରାଯାଇଛି।                                                                                                                   

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here