ବିଶ୍ୱ ମହାମାରୀ କୋରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା ସୃଷ୍ଟି :

ଡାବୁଗାଁ, ୨୪/୨ ବିଶ୍ୱ ମହାମାରୀ କୋରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ବୁଧବାର ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା ସୃଷ୍ଟି କରାଯାଇଛି । ମୁଖ୍ୟତଃ ବିଭିନ୍ନ ଛୋଟ ବଡ ବ୍ୟବସାୟୀକ ପ୍ରତିଷ୍ଠାନ ଓ ବସ ଷ୍ଟାଣ୍ଡ ଆଦି ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି । ଏଥିସହ ପଲିଥିନ ବ୍ୟବହାର ନକରି ପରିବେଶକୁ ସ୍ଵଚ୍ଛ ରଖିବା ପାଇଁ ମଧ୍ୟ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା ସୃଷ୍ଟି କରାଯାଉଛି । କୋରନା ସମୟରେ ଯଦି କେହି ନିୟମ ନ ମାନନ୍ତି ତାହାହେଲେ ନିୟମ ଖିଲାପକାରୀଙ୍କ ବିରୋଧରେ ଜୋରିମାନା ଆଦାୟ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳୁଛି । ଏଥିସହ କୋରୋନା ମହାମାରୀକୁ ପ୍ରତିରୋଧ କରିବା ନିମନ୍ତେ  ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ କଟକଣା ଜାରି କରାଯାଇଛି । ଏହି ନିୟମ ମନିବା ପାଇଁ ଡାକବାଜି ଯନ୍ତ୍ର ଦ୍ଵାରା ଜନସାଧାରଣଙ୍କୁ ଜଣାଇ ଦିଆଯାଇଛି |                                                  

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here