25022021zkn_jspur_pn_Bikhyob:

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇ ସି ଟି ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ  ସ୍ଥାୟୀ ନିଯୁକ୍ତି ଦାବି ନେଇ ବିକ୍ଷୋବ ପ୍ରଦର୍ଶନକରିବା ସହିତ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟରୁ  ସଂଘ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋବ ପ୍ରଦର୍ଶନ କରିଥିଲେ । ଜିଲାର ୧୫୧ ଟି ବିଦ୍ୟାଳୟରେ କମ୍ପୁଟର ଶିକ୍ଷା ପ୍ରଦାନ ନିମନ୍ତେ ଠିକା କମ୍ପୁଟର ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି କରାଯାଇଥିଲା।୨୦୧୯ ରେ ସେମାନଙ୍କର ଅବଧି ପୁରିଯିବା ପରେସେମାନଙ୍କୁ କାର୍ଯ୍ୟରୁ ନିବୃତ କରାଯାଇଥିଲା। କରୋନା ମହାମାରୀ ଯୋଗୁ ଅନଲାଇନି ମାଧ୍ୟମରେ ବିଭିନ୍ନ କାର୍ଯ୍ୟ କ୍ରମ କରାଯାଇଛି।ଏହି କମ୍ପୁଟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପୁନର୍ବାର ନିଯୁକ୍ତି ଦେବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଛି |

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here