ବ୍ରାହ୍ମଣୀ ବ୍ରିଜ ଉପରେ ସଡକ ଦୁର୍ଘଟଣାରେ ଇହଲୀଳା ସମ୍ବରଣ କଲେ ବାଇକ ଆରୋହୀ ଦ୍ବୟ :

ରାସ୍ତା ଦୁର୍ଘଟଣା ନେଇଗଲା ଦୁଇଟି ଅମୂଲ୍ୟ ଜୀବନ । ଘରୁ ବାହାରି କୌଣସୀ କାମରେ ରାଉରକେଲା ଆସି ଘରକୁ ଫେରିବା ବେଳେ ସ୍ଵର୍ଗଧାମ ପହଞ୍ଚି ଯାଇଥିଲେ ବାଇକ ଆରୋହୀ ଦ୍ବୟ । ଏଭଳି ଏକ ମର୍ମନ୍ତୁଦ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଛି ପାନପୋଷ ସ୍ଥିତ ବ୍ରହ୍ମଣୀ ବ୍ରିଜ ଉପରେ । ଓ ଡି ୧୪ ଭି ୪୮୩୯ ନଂ ବାଇକରେ ଦୁଇଜଣ ବାଇକ ଆରୋହୀ ରାଉରକେଲା ପଟୁ ଆସି ବେଦବ୍ୟାସ ଆଡକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ସହିତ ଧକ୍କା ହେବାରୁ ଉଭୟେ ତଳେ ପଡିଯାଇଥିଲେ । ଏହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଓ ଆର ୧୪ ଏସ ୫୨୪୧ ନଂ ଡମ୍ପରଟି ଦୁହିଙ୍କ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ଉଭୟ ବାଇକ ଆରୋହୀ ଇହଲୀଳା ସମ୍ବରଣ କରିଥିବା ପରିଲକ୍ଷିତ ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଡମ୍ପର ଓ ଚାଳକକୁ ଅଟକ ରଖା ଯାଇଥିବା ବେଳେ ରଘୁନାଥପାଲି ଥାନା ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଡମ୍ପର ଓ ବାଇକକୁ ଜବତ କରିବା ସହ ଶବ ଦ୍ବୟକୁ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି । ତେବେ ବାଇକ ଆରୋହୀ ଦ୍ବୟଙ୍କର ପରିଚୟ ମିଳି ନ ଥିବାରୁ ସେମାନଙ୍କୁ ଆରଜିଏଚ ଶବ ଗୃହରେ ରଖାଯାଇଛି । ସେପଟେ ଡମ୍ଫର ଚାଳକକୁ ଅଟକ ରଖି ତଦନ୍ତ ଜାରି ରଖିବା ସହ ଥାନାରେ ଏକ ଦୁର୍ଘଟଣା ଜନିତ ମାମଲା ଦୁଇ ମୃତକଙ୍କୁ ନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଯୁବକ ଦ୍ବୟଙ୍କ ପରିଚୟ ମିଳିଲେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ । ତେବେ ମୃତାହତ ହୋଇଥିବା ଯୁବକ ଦ୍ବୟ କୁତ୍ରା ସ୍ଥିତ ନୂଆଗାଁ ଅଞ୍ଚଳର ବାସୀନ୍ଦା ବୋଲି ଅନୁମାନ କରାଯାଉଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here