ସୁନେତ୍ର ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଓ ମାଗଣା ଚଷମା ପ୍ରଦାନ ଶହ ଚିକିତ୍ସା :

ଏ ନେତ୍ର ଦେଖଇ ଯାହା , ଚତୁରବର୍ଗ ଫଳ ପ୍ରାପତ ହୁଏ ତାହା । ମଣିଷ ମାତ୍ରକେ ତାର ଚଳଣି ପାଇଁ ଚକ୍ଷୁ ଦୁଇଟି ସଂପୂର୍ଣ୍ଣ ଅମୂଲ୍ୟ ରତ୍ନ ଅଟେ । ଦୁଇଟି ସୁସ୍ଥ ଚକ୍ଷୁ ଥିବା ମଣିଷ ପରିପୂରକରେ ପରିଣତ । ସ୍ବାସ୍ଥ୍ୟ ବିଭାଗ ତରଫରୁ ଆୟୋଜିତ ଏଭଳି ସହଯୋଗାତ୍ମକ କାର୍ଯ୍ୟ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ହୋଇଥିବା ବେଳେ ଚକ୍ଷୁ ବିଭାଗ ଏହାକୁ ମୋବାଇଲ କେନ୍ଦ୍ର ଭାବେ ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କର ପରୀକ୍ଷା ଜାରି ରଖିଥିବା ପରୀଲକ୍ଷିତ ହୋଇଛି । ଲାଠିକଟା ବ୍ଲକ ଅନ୍ତର୍ଗତ ବଲଣ୍ଡା ପଞ୍ଚାୟେତ ଅଞ୍ଚଳରେ ଥିବା ସହ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚକ୍ଷୁ ବିଭାଗର ମୋବାଇଲ ଭେନ ପହଞ୍ଚି ୪୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ମାନଙ୍କୁ ପରୀକ୍ଷା କରି ଚାଳିଶିଆ ଭାବେ ଯେଉଁ ମାନେ ପାଖ ଜିନିଷ ଦେଖିବାକୁ କଷ୍ଟ ହେବାସହ ବହିପତ୍ର ପଢିବାକୁ ଘୋର ଅସୁବିଧା ଭୋଗ କରନ୍ତି ସେମାନଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ତତ ସହିତ ବୃଦ୍ଧ ବୃଦ୍ଧା ମାନଙ୍କୁ ପରୀକ୍ଷା ନିରୀକ୍ଷା କରି ମୋତିଆ ବିନ୍ଦୁ ଥିବା ବୟସ୍କଙ୍କ ମୋତିଆ ବିନ୍ଦୁ ପାଇଁ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା । ତେବେ ଏହି ଚିକିତ୍ସା ପାଇଁ ସମୁଦାୟ ୫୨ ଜଣ ଗ୍ରାମବାସୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏହି ଭଳି ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯିବାର ଯୋଜନା ଯାରି ରହିଛି । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟକ୍ତିଙ୍କର ଚକ୍ଷୁ ପରୀକ୍ଷା , ଚିକିତ୍ସା ବ୍ୟବସ୍ଥା ଓ ଚଷମା ପ୍ରଦାନ ଇତ୍ୟାଦି ସମସ୍ତ ଯୋଜନା ” ସୁ ନେତ୍ର ”  ଯୋଜନା ମାଧ୍ୟମରେ ମାଗଣାରେ କରାଯିବ ବୋଲି ଚକ୍ଷୁ ବିଭାଗର ମୁଖ୍ୟ ମତବ୍ୟକ୍ତ କରିଥିବା ଜଣାଯାଇଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here