ପାନପୋଷ ରେଳ ଷ୍ଟେସନରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର :

ମୃତ୍ୟୁ ଏମିତ ବି ଆସେ । ରେଳବାଇ ଷ୍ଟେସନର ସିମେଣ୍ଟ ଚେୟାରରେ ବସିଥିବା ବେଳେ ହଠାତ ଟଳି ପଡିଥିଲେ । ଏଭଳି ଏକ ଅଭାବନୀୟ ମର୍ମନ୍ତୁଦ ଘଟଣା ଘଟିଯାଇଛି ରାଉରକେଲା ସ୍ଥିତ ପାନପୋଷ ରେଳବାଇ ଷ୍ଟେସନରେ । ସିମେଣ୍ଟ ଚେୟାରରୁ ତଳେ ପଡିଯିବା ଦେଖି କିଛି ଲୋକ ରେଳବାଇ ପୋଲିଶକୁ ଖବର ଦେଇଥିଲେ । ସେମାନେ ଡାକ୍ତରଙ୍କୁ ଡାକିବା ବେଳକୁ ଉକ୍ତ ଅଜଣା ବ୍ୟକ୍ତି ଇହଲୀଳା ସମ୍ବରଣ କରିଥିଲେ । ତଥାପି ରେଳବାଇ ବିଭାଗୀୟ ପୋଲିଶ ଚିକିତ୍ସା ପାଇଁ ଆରଜିଏଚକୁ ନେଇଯାଇଥିଲେ । ସେଠାରେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଶବ ବ୍ୟବଛେଦ ପରେ ଶବ ଗୃହରେ ରଖାଯାଇଛି । ଏନେଇ ରାଉରକେଲା ରେଳବାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ମୃତ ବ୍ୟକ୍ତି ପ୍ରଧାନପାଲିର ବାସୀନ୍ଦା ବୋଲି ଅନୁମାନ କରାଯାଉଛି । କୌଣସି ବ୍ୟକ୍ତି ଏହାଙ୍କର ସଠିକ ପରିଚୟ ପାଇଲେ ପରିବାର ଲୋକଙ୍କ ସହ ରାଉରକେଲା ରେଳବାଇ ଥାନାରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ରାଉରକେଲା ରେଳବାଇ ଥାନା ଅଧିକାରୀ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ  Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here