ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଭୂଜାଲି ମାଡ ସହ ଟଙ୍କା ଲୁଟ :

ପୁନଶ୍ଚ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧୁରୁଆ ଅସ୍ତ୍ରରେ ଆଘାତ ସହ ଟଙ୍କା ଲୁଟ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ସ୍ଥିତ ଉଦିତନଗର କଚେରୀ ରୋଡରେ ଥିବା ପେଟ୍ରୋଲ ପମ୍ପରେ । ଏକ ହିରୋ ମେସଟ୍ରୋ ସ୍କୁଟିରେ ୩ ଜଣ ଯୁବକ ଆସି ଗାଡିରେ ୩ ଜଣ ଯୁବକ ଆସି ତେଲ ଫୁଲ କରିବା ପାଇଁ କହିଲେ । ସ୍କୁଟିରେ ତେଲ ଭରି ପେଟ୍ରୋଲ ପମ୍ପ କର୍ମଚାରୀ ତେଲର ଟଙ୍କା ମାଗିବାରୁ ଏକ ଧାରୁଆ ଅସ୍ତ୍ରର ତାଙ୍କ ମୁଣ୍ଡକୁ ଗୁରୁତର ଆଘାତ କରିବା ସହ  ତାଙ୍କ ଠାରୁ  ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିଲେ । ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆରଜିଏଚକୁ ଚିକିତ୍ସା ପାଇଁ ନେଇଥିଲେ । ଖବର ପାଇ ଉଦିତନଗର ଥାନା ପୋଲିଶ ଘଟଣାସ୍ଥଳରେ ପହଞ୍ଚି ତନାଘନା ତଦନ୍ତ ଚଳାଇଥିବା ଜଣାପଡିଛି । ତେବେ ଅଜଣା ଦୁର୍ବୁର୍ତ୍ତ ମାନଙ୍କୁ ଧରିବା ସକାସେ ଯୋରଦାନ ଚେଷ୍ଟା ଚଳାଇଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here