୨୦୨୧ ଜନଗଣନା ସାରନା ଧର୍ମ କୋଡ ଦାବିରେ ଫାଇଟ ଫୋର ରାଇଟ୍ ସଂଘଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା , ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜ୍ଞାପନ ପତ୍ର ବଣାଇଁ ଉପଜିଲ୍ଲାପାଳଙ୍କୁ ପ୍ରଦାନ :

ଆଦିବାସୀଙ୍କ ୨୦୨୧ ଜନଗଣନା ସାରନା ଧର୍ମ କୋଡ ଦାବିରେ ଫାଇଟ ଫୋର ରାଇଟ୍ ସଂଘଠନ ପକ୍ଷରୁ ଏକ ବିଶାଳକାୟ ଶୋଭାଯାତ୍ରା ଲଲେଇ ଗ୍ରାମର ଆମାତପାଲି  ଛକ ଠାରୁ ଆରମ୍ଭ କରି ରଥଛକ, ବସଷ୍ଟାଣ୍ଡ ଦେଇ ମୁଖ୍ୟ ସହରର ପରିକ୍ରମା ବଣାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ଆଦିବାସୀଙ୍କ ଜଳ ଜଗଂଲ ଜମି ଅଧିଗ୍ରହଣ ପାଇଁ ଆଦିବାସୀଙ୍କ ହକ୍ ହମାରା ହେ ବୋଲି ଏଥିରେ ଆଦିବାସୀ ମାନେ ସ୍ଲୋଗାନ ଦେଇ ୨୦୨୧ ଜନଗଣନା ସାରନା, ଜଳ ଜଗଂଲ ଜମି ହମାରା ହେ, ବିର୍ଶା ମୁଣ୍ଡା ହମାରା ହେ, ସୁନ୍ଦରଗଡ଼ ଆଦିବାସୀ ଏକତା ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ। ପରେ ଫାଇଟ ଫୋର ରାଇଟ୍ ସଙ୍ଗଠନ ପକ୍ଷରୁ ସଭାପତି ବୁଧୁଆ ଜୋଜୋ, ସନ୍ତୋଷ ଓରାମ, ପଟେଲ ଟପ୍ପୋନ, ମିଲନ୍ ଚନ୍ଦ୍ର ମାହାନ୍ତ, ପରମାନନ୍ଦ ମୁଣ୍ଡା, ଡମ୍ବରୁଧର ଭୁମିଜ, ପୂର୍ଣ୍ଣ ଚନ୍ଦ୍ର ହେମ୍ରମ ପ୍ରମୁଖ ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଗଂଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜ୍ଞାପନ ପତ୍ର ପ୍ରଦାନ କରିଥିଲେ। ଏହି ଶୋଭାଯାତ୍ରାରେ ତିନି ହଜାରରୁ ଊର୍ଦ୍ଧ୍ବ  ଆଦିବାସୀମାନେ  ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ Odisha1.TV ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here