କୁଆଁରମୁଣ୍ଡା ତହସିଲରେ ୪ କରୋନା ପଜିଟିଭ ଚିହ୍ନଟ :

କିଛି ଦିନର ବ୍ୟବଧାନ ପରେ ପୁନଶ୍ଚ ଫେରିଛି କରୋନା l ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲୋକ ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର କଳରେ ଥିବା ତହସିଲ କାର୍ଯ୍ଯାଳୟର କର୍ମଚାରୀଙ୍କ ମଧ୍ୟରେ ଦେଖା ଦେଇଛି କରୋନା ପଜିଟିଭ I ଗତକାଲି ଜଣେ କର୍ମଚାରୀଙ୍କ କରୋନା ପଜିଟିଭ ବାହାରିବା ପରେ ଆଜି କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ ବିଭାଗ ତରଫରୁ  ତହସିଲ କାର୍ଯ୍ଯାଳୟ ର ୨୫ ଜଣ କର୍ମଚାରୀ ଙ୍କୁ ଯାଞ୍ଚ କରିବା ପରେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ପଜିଟିଭ ବାହାରିଥିଲା I କରୋନା ପଜିଟିଭ ହୋଇଥିବା କର୍ମଚାରୀ ମାନଙ୍କୁ ହୋମ ଆଇସୋଲେସନ୍ ରେ ରହିବାକୁ ପରାମର୍ଶ ଦିଆଯାଇଛି l ସ୍ଵାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ କରୋନା ପଜିଟିଭ ହୋଇଥିବା କର୍ମଚାରିଙ୍କ ପରିବାର ବର୍ଗଙ୍କୁ ଆସନ୍ତାକାଲି ଯାଞ୍ଚ କରାଯିବ । ତେବେ କର୍ମଚାରିଙ୍କ ମଧ୍ୟରେ କରୋନା ପଜିଟିଭ ବାହାରିବାରୁ କୁଆଁରମୁଣ୍ଡା ତହସିଲକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇ ସିଲ କରିଛି ପ୍ରଶାସନ I ତହସିଲ କାର୍ଯ୍ୟାଳୟକୁ କେତେ ଦିନ ପାଇଁ ସିଲ୍ କରାଯିବ ତାହା ଘୋଷଣା କରିବେ ବରିଷ୍ଠ ପଦାଧିକାରୀ l

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here