ରାଉରକେଲା ମହାନଗର ନିଗମ ପକ୍ଷରୁ ଆଶ୍ରୟ ରଥର ଉଦଘାଟନ:

ଆଶ୍ରୟହୀନ ଲୋକଙ୍କୁ ଉଦ୍ଧାର କରିବା ଲାଗି ହେବ ସହାୟକ   :

ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ନିଗମ କାର୍ଯ୍ୟାଳୟ ପରିସରରେ ଏକ ଆଶ୍ରୟ ରଥ ଉଦଘାଟନ କରାଯାଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଏହି ଆଶ୍ରୟ ରଥକୁ ଉଦଘାଟନ କରିଛନ୍ତି। ଉଦଘାଟନ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପୱନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଆବୋଲି ସୁନିଲ ନରୱଣେ, ରାଉରକେଲା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ଅଂଶଗ୍ରହଣ କରି ପତାକା ଦେଖାଇ ଆଶ୍ରୟ ରଥ ସେବାର ଶୁଭାରମ୍ଭ କରିଥିଲେ।

ଏହି ଆଶ୍ରୟ ରଥ ମାଧ୍ୟମରେ ସହରର ବିଭିନ୍ନ ସ୍ଥାନ ଯଥା ରେଳ ଷ୍ଟେସନ, ବିଭିନ୍ନ ମନ୍ଦିର, ବସ୍ ଷ୍ଟାଣ୍ଡ୍ ଇତ୍ୟାଦି ନିକଟରେ ରହୁଥିବା ଆଶ୍ରୟହୀନ ଲୋକଙ୍କୁ ଉଦ୍ଧାର କରି ନିଗମ ପକ୍ଷରୁ ଖୋଲାଯାଇଥିବା ଆଶ୍ରୟ କେନ୍ଦ୍ରକୁ ନେଇ ସେଠାରେ ସେମାନଙ୍କ ରହିବା ବ୍ୟବସ୍ଥା  କରାଯିବ। ବିଭିନ୍ନ ସମୟରେ ଆଶ୍ରୟହୀନ ଲୋକ ଆବଶ୍ୟକ ଯାନବାହାନ ଅଭାବରୁ ଆଶ୍ରୟ କେନ୍ଦ୍ରକୁ ଆସିପାରନ୍ତି ନାହିଁ। ସେହିଭଳି କ୍ଷେତ୍ରରେ ଏହି ଯାନ ସହାୟକ ହେବ। କେବଳ ସେତିକି ନୁହଁ, ଆଶ୍ରୟ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କିତ କୌଣସି ଅସୁବିଧା ହେଲେ, ତୁରନ୍ତ ସେମାନଙ୍କୁ ଏହି ଆଶ୍ରୟ ରଥ ମାଧ୍ୟମରେ ଡାକ୍ତରଖାନାକୁ ନିଆଯାଇପାରିବ। ସେହିପରି ଆଶ୍ରୟ କେନ୍ଦ୍ରକୁ ଖାଦ୍ୟ ପରିବହନ ଏବଂ ଜନ ସଚେତନତା କାର୍ଯ୍ୟରେ ମଧ୍ୟ ଏହି ବାହନକୁ ବ୍ୟବହାର କରାଯାଇପାରିବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here