ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ :

ପୁ୍ରୀ-ତା. ୨୩.୦୨.୨୦୨‍୧- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପିପିଲି ଓ ଡେଲାଙ୍ଗ ବ୍ଲକର ବିକାଶ ପାଇଁ  ବିଭିନ୍ନ ଭିତ୍ତିଭୂମି ଉନ୍ନୟନ  ପ୍ରକଳ୍ପର  ଶୁଭାରମ୍ଭ କରିଛନ୍ତି । ପିପିଲି ବ୍ଲକର ବିଭିନ୍ନ ପ୍ରକଳ୍ପ ନିମନ୍ତେ ୪୧ କୋଟି ୨୬ ଲକ୍ଷ ଏବଂ ଡେଲାଙ୍ଗ ବ୍ଲକ ପାଇଁ ୨୪ କୋଟି ୪୨ ଲକ୍ଷ ମୋଟ ୬୭ କୋଟି ୬୮ଲକ୍ଷ ଟଙ୍କା ମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭିଡିଓ କନଫେରନ୍ସି ମାଧ୍ୟମରେ ଏହି ପ୍ରକଳ୍ପ ଗୁଡିକ ଘୋଷଣା କରିବା ସହ ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ମହିଳା, ଚାଷୀ ଓ ଗରିବ ମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସରକାର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ କରାଯାଉଛି ।   କୋଭିଡ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।  ଚଳିତ ବର୍ଷ ଗାନ୍ଧୀଜୀଙ୍କ ଓଡିଶା ଆଗମନର ଶତ ବାର୍ଷିକୀ ବର୍ଷ ପାଳନ ହେବ । ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧି ପ୍ରଥମ ଥର ଓଡିଶା ଗସ୍ତ କରିଥିଲେ । ଠିକ ସେହିପରି ୧୯୩୮ ମସିହାରେ ଗାନ୍ଧିଜୀ ଡେଲାଙ୍ଗର ବେରବୋଇକୁ ଆସି ଗ୍ରାମଦ୍ୟୋଗ ବିକାଶ ଉପରେ ଗୁରୁତ୍ବ ଦେଇଥିଲେ । ମହାତ୍ମା ଗାନ୍ଧିଙ୍କ ଆଦର୍ଶ ସବୁଦିନ ପାଇଁ ପଥ ପଦର୍ଶକ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ କରାଯାଇଥିଲା ।  ଭିଡିଓ କନଫେରନ୍ସି ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଓ ୫ଟି ସଚିବ ଶ୍ରୀ ଭି.କେ ପାଣ୍ତିଆନ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ର, ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପିପିଲିରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବ, ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ,ପିପିଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ସାମନ୍ତରାୟ, ବିଡିଓ ସୁଶ୍ରୀ ରଶ୍ମିତା ନାଥ ପ୍ରମୁଖ ଥିବାବେଳେ ଡେଲାଙ୍ଗ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ଓ କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନିତିରଞ୍ଜନ ସେନ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନ ସାହୁ, ବିଡିଓ ଶ୍ରୀ କ୍ଷିରୋଦ୍ର ପ୍ରଧାନ  ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here