ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ,ଜଣେ ଗିରଫ।

ଜଗତସିଂହପୁର ଜିଲ୍ଲାରେ ପୁଣି ଧଳା ଜହର।ଜିଲାରେ ଧଳା ଜହରକୁ ମୂଳଉତ୍ପାଟନ  କରିବା ପାଈଁ ଜଗତସିଂହପୁର  ଜିଲ୍ଲା ଅବକାରୀ  ସୁପରିଟେଣ୍ଡ ଅଶୋକ କୁମାର ଶତପଥି ଙ୍କ ନିର୍ଦେଶ କ୍ରମେ  ଅବକାରୀ ଜିଲ୍ଲା ସହକାରୀ ସୁପରିଡେଣ୍ଟ ବୈଜନ୍ତି ପଣ୍ଡା ଙ୍କ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ଇନ୍ସପେକ୍ଟର ପ୍ରତାପ କୁମାର ଦାସ ଓ ସଦର ଅବକାରୀ  ସବଇନ୍ସପେକ୍ଟର ସସ୍ମିତା ହୋତାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ  ଏକ ଲକ୍ଷ 70ହଜାରଟଙ୍କା ର 17ଗ୍ରାମ ବ୍ରାଉନସୁଗାର ସହ  ଜଣକୁ ଗିରଫ କରିଛନ୍ତି । ଚୋରା ବ୍ରାଉନସୁଗର ବେପାରୀଙ୍କ ମଧ୍ୟରେ ଜଗତସିଂହପୁର ଥାନା ଅନ୍ତର୍ଗତ କାଂଶ, କ୍ଷୀରବାଟୀ ଗ୍ରାମ ର ଟିକି ମହମ୍ମଦ ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ମୋଟ 17 ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ।ବ୍ରାଉନସୁଗାର ମୁଲ୍ୟ ଆନୁମାନିକ ଏକଲକ୍ଷ 70ହଜାର ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଜିଲ୍ଲା ଇନ୍ସପେକ୍ଟର ଶ୍ରୀଦାସ ସୂଚନାଦେଇଛନ୍ତି। ଏହି ଚଢ଼ାଉ ସହକାରୀ ଏ.ଏସ.ଆଇ କଳ୍ପନା ଜେନା,ସୌମ୍ୟ ରଞ୍ଜନ ବେହେରା,କନେଷ୍ଟବଳ ପ୍ରକାଶ ରାଉତ,ଵିଷ୍ଣୁ ନାୟକ,ବିଶ୍ୱନାଥ ମୁଣ୍ଡା,ସରୋଜ ସାହୁ,ସବିତା ନାୟକ,ବର୍ଷା ରାଣୀ ଖୁଣ୍ଟିଆ, ଦୀନବନ୍ଧୁ ସେଠି,ମହେନ୍ଦ୍ର ରାଉତ ପ୍ରମୁଖ ସାମିଲ ଥିଲେ। ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here