ଆଜି ସନ୍ଧ୍ୟା ୮.୩୦ ସମୟରେ ପୁରୀ ଜିଲ୍ଲା ଅନ୍ତର୍ଗତ ବିଶ୍ୱ ପ୍ରସିଦ୍ଧ :

ରଘୁରାଜପୁର ଗ୍ରାମରେ ଦଶଭୁଜ ଗୋଟିପୁଅ ଓଡିଶା ନୃତ୍ୟ ପରିଷଦ  ଦ୍ଵାରା ଆୟୋଜିତ ୭ମ ପଦ୍ମଶ୍ରୀ ଗୁରୁ ମାଗୁଣି  ଦାସ ସ୍ମାରକୀ ଗୋଟିପୁଅ  ନୃତ୍ୟ ମହୋତ୍ସବ  ୨୦୨୧ ଯୋଗ ଦେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଓଡିଆ ଭାଷା ସାହିତ୍ୟ ସଂସ୍କୃତିକୁ ବିଶ୍ୱରେ ପହଁଞ୍ଚାଇବା ପାଇଁ ଗୋଟି ପୁଅ ନୃତ୍ୟ  ଓ ଏହି  ମହାନ୍ କଳାକୁ ବଞ୍ଚିରହିବା ପାଇଁ ଅହରହ ସାଧନରତ ସମସ୍ତ କଳାକାର ମାନଙ୍କୁ ମୋର ପ୍ରଣାମ l ଏହି ଅବକାଶରେ ପଦ୍ମବିଭୂଷଣ  ଗୁରୁ କେଳୁଚରଣ ମହାପାତ୍ର, ପଦ୍ମଶ୍ରୀ ଗୁରୁ ମାଗୁଣି ଦାସ, ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କୁ ସ୍ମରଣ କରୁଛି l   ଏହି କାର୍ଯ୍ୟକ୍ରମରେ ୬ଷ୍ଠ ପଦ୍ମଶ୍ରୀ ଗୁରୁ ମାଗୁଣି  ଦାସ ସ୍ମାରକୀ ପାଗଳ ସ୍ଵାଇଁଙ୍କୁ  ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ  ଗୁରୁ ତଥା ମାନ୍ୟବର ରାଜ୍ଯସଭା ସାଂସଦ  ରଘୁନାଥ ମହାପାତ୍ର ଓ  ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡାଃ ବିନାୟକ ରଥ  ଉପସ୍ଥିତ ଥିଲେ l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here