ଜଳ ଓ ରାସ୍ତା ସମସ୍ୟା ଘେରରେ କୁଦର ଟୋଲୀ ଗ୍ରାମ ବାସି :

ଯେଉଁଠି ସରକାର ଲୋକଙ୍କ ସୁବିଧା ପାଇଁ ବହୁ ପଦକ୍ଷେପ ନେଉଥିବା ବେଳେ ଏଠାରେ  ବର୍ଷ ବର୍ଷ ବିତିଗଲେ ମଧ୍ୟ ଜଳ ଓ ରାସ୍ତା ପାଇଁ ଗ୍ରାମର ଲୋକ ମାନେ ହନ୍ତସନ୍ତ ହେଉଛନ୍ତି!ହେଲେ ବ୍ଲକ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା !ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଚୁଙ୍ଗୀ ମାଟି ପଞ୍ଚାୟତ କୁଦର ଟୋଲୀ ରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି !ଗ୍ରାମବାସିଙ୍କ କହିବା ଅନୁଯାଇ ଏହି ଗ୍ରାମର ରାସ୍ତା ବହୁ ବର୍ଷରୁ ଏମିତି ହୋଇ ପଡି ରହିଛି !ବର୍ଷା ଦିନେ ଏହି ରାସ୍ତା ପାଣି କାଦୁଅରେ ଜୁଡୁ ବୁଡୁ ହୋଇଥିବା ବେଳେ ଏଠାରେ ଲୋକମାନଙ୍କ ଯିବା ଆସିବାରେ ବହୁ ଅସୁବିଧା ହୁଏ !ଏମିତିକି ଗ୍ରାମରେ ଥିବା ସ୍କୁଲ ପିଲା ମାନେ ମଧ୍ୟ ସ୍କୁଲ ଯିବାପାଇଁ ଅସୁବିଧା ହୁଏ !ମୁଖ୍ୟତ ବର୍ଷା ଦିନେ ରାସ୍ତାରେ ଗାଡି ଯାତାୟତ ପାଇଁ ଅସୁବିଧା ହେଉଥିବା ବେଳେ ସେ ସମୟରେ ଯଦି ଗ୍ରାମରେ କାହାର ଦେହ ପା  ଖରାପ ହେଲେ ଆମ୍ବୁଲାନ୍ସ ମଧ୍ୟ ଗ୍ରାମରେ ଆସିବାକୁ ବହୁ ଅସୁବିଧାରେ ସମୁଖୀନ ହେବାକୁ ପଡିଥାଏ!!ଏହା ସହ ଗ୍ରାମର ପ୍ରବେଶ ପଥରେ ପାଣି ପାଇଁ ଏକ ସୋଲାର ଚାଳିତ ପାଣି ଟାଙ୍କି ମଧ୍ୟ ରହିଛି !ହେଲେ  କେତେ ବେଳେ ପାଣି ଆସୁଛିତ କେତେବେଳେ ନାହିଁ !ଗ୍ରାମରେ ଏହାକୁ ଛାଡି ଦେଲେ ଗୋଟିଏ ନଳ କୂପ ମଧ୍ୟ ରହିଛି !ଗ୍ରାମ ର ଲୋକ ମାନେ ସେଠାରୁ ପାଣି ପାଇଁ ମଧ୍ୟ ନିର୍ଭର କରୁଛନ୍ତି !ହେଲେ ଗ୍ରାମର ମଧ୍ୟ ଭାଗ ଓ ଏହାର ପଛ ଭାଗ ରେ ଥିବା ଲୋକ ମାନେ ପାଣି ପାଇଁ ପ୍ରାୟ ୨ କିଲୋମିଟର ଯାଏଁ ଆସିବାକୁ ପଡୁଛି ଏହି ନଳ କୂପକୁ !ଯଦି ନଳକୂପଟି ଖରାପ ହୋଇଯାଏ  ତେବେ ଲୋକ ମାନେ ଏହି ସୋଲାର ପାଣି ଟାଙ୍କିକୁ ଭରସା କରିଥିବା ବେଳେ ଏଠାରେ କେତେବେଳେ ପାଣି ଆସୁଛିତ କେତେ ବେଳେ ନାହିଁ !ବ୍ଲକ ପ୍ରଶାସନ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି !ପାଣି ଓ ରାସ୍ତାକୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ !ଏଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବା ସହ ଗ୍ରାମର ରାସ୍ତା ମରାମତି ଓ ଗ୍ରାମର ପଛ ପାର୍ଶ୍ୱରେ ନଳକୂପ ବ୍ୟବସ୍ଥା ଶୀଘ୍ର କରାଯିବା ନେଇ ଅଭିଯୋଗ କରିଛନ୍ତି !

ସୁନ୍ଦରଗଡ଼ ରୁ  ସଂଜୀବ କୁମାର ପାଢୀଙ୍କର ରିପୋର୍ଟ Odisha1.TV     ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here