ଆଗାମୀ ପିପିଲି ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ଡକ୍ଟର କେ.ବିଶାଲ ସିଂହ, ଆଇପିଏସ୍, ଆରକ୍ଷୀ ଅଧିକ୍ଷକ, ପୁରୀ ପିପିଲି ଓ ଡେଲାଙ୍ଗ ଥାନା ପରିଦର୍ଶନ କରିଥିଲେ :

ଆଗାମୀ ପିପିଲି ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ଡକ୍ଟର କେ.ବିଶାଲ ସିଂହ, ଆଇପିଏସ୍, ଆରକ୍ଷୀ ଅଧିକ୍ଷକ, ପୁରୀ ପିପିଲି ଓ ଡେଲାଙ୍ଗ ଥାନା ପରିଦର୍ଶନରେ ଆସି ଉନିର୍ବାଚନ ପାଇଁ ପୁଲିସ ର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ଡକ୍ଟର ସିଂହ ପିପିଲି, ଡେଲାଙ୍ଗ ଓ ବଳଙ୍ଗ। ଥାନା ଅଧିକାରୀ ଓ ପିପିଲି SDPO ଙ୍କ ସହିତ ଏ ବିଷୟରେ ସବିଶେଷ ଆଲୋଚନା କରି ଉନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ପୁରୁଣା ଅପରାଧୀଙ୍କୁ ଗିରଫ କରିବା, ପେଶାଦାର ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଫେରାର ଅପରାଧୀଙ୍କ ବିରୁଦ୍ଧ ରେ ଥିବା ଗିରଫ ପରୱାନା ତାମିଲ  କରିବା, ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ ସଂପୂର୍ଣ୍ଣ ଅଙ୍କୁଶ ଲଗାଇବା, ବନ୍ଧୁକ ଲାଇସେନ୍ସ ଧାରିଙ୍କୁ ନୋଟିସ, ଗାଡ଼ି ମଟର କଡାକଡି ଯାଞ୍ଚ କରିବା ଉପରେ ଡକ୍ଟର ସିଂହ ଗୁରୁତ୍ଵ ଦେଇଥିଲେ । ଏତଦ୍ ବ୍ୟତୀତ ସମସ୍ତ ଉତ୍ତେଜନା ପ୍ରବଣ ବୁଥ ଗୁଡ଼ିକୁ ପରିଦର୍ଶନ କରି ଆଗୁଆ ସୂଚନା ସଂଗ୍ରହ କରିବାକୁ ଡକ୍ଟର ସିଂହ ସମସ୍ତ ଥାନା ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ବୈଠକ ଶେଷରେ ଡକ୍ଟର ସିଂହ ସ୍ତାନୀୟ ସାମ୍ବାଦିକ ମାନଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here